ଚାଷୀ ଆଖିରେ ଲୁହ, କରଜ ସୁଝିବେ କେମିତି ??ଜଳ ଅଭାବରୁ ଫସଲ ନଷ୍ଟ !


ତିର୍ତ୍ତୋଲ ::- ଜଳ ଅଭାବ ରେ ଚାଷ ନଷ୍ଟ ! ଚାଷୀ ମୁଣ୍ଡରେ ଚଡକ ! ହୃଦୟରେ କୋହ, ଆଖିରେ ଲୁହ !ଫସଲ ନହେଲେ ବର୍ଷକ ଚଳିବେ କିପରି ? ଧାର କରଜ କରି ଆୟୋଜନ କରିଥିବା ଚାଷ ଯେବେ ଉଜୁଡି ଯାଏ ତେବେ କରଜ ସୁଝିବେ କିପରି ??? ଏବେ ଠାରୁ ଧାନ କ୍ଷେତ ଫାଟି ଆଁ କଲାଣି ! ଧାନ ବୁଦା ଝାଉଁଳି ଆସିଲାଣି ! ଯେବେ ଜଳ ସେଚନର ବ୍ୟବସ୍ଥା ଥାନ୍ତା, ତେବେ ଏପରି ଦିନ ଦେଖିବାକୁ ମିଳିନଥାନ୍ତା ! ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରେ ! ଚାଷ ଜମିକୁ ନାହିଁ ଜଳ ସେଚନ ! ବର୍ଷାକୁ ଅପେକ୍ଷା କରି ଚାଷୀ ହତାଶ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ଚାଷୀଙ୍କ ଅଧିକାଂଶ ଚାଷ ଜମି କେନ୍ଦ୍ରାପଡା ଜିଲ୍ଳାରେ ଅବସ୍ଥିତ ! ତେଣୁ ଏହି ଅଞ୍ଚଳ ପାଇଁ ନା ଜଗତସିଂହପୁର ଦାୟୀ ରହୁଛି ନା କେନ୍ଦ୍ରାପଡ଼ା ! ସେଥିପାଇଁ କେନାଲର ସୁବିଧା ନାହିଁ କିମ୍ବା ଉଠାଜଳସେଚନର ବି ବ୍ୟବସ୍ଥା ନାହିଁ ! ଯେବେ ରାଜ୍ୟ ସରକାର ଉଠା ଜଳସେଚନର ବ୍ୟବସ୍ଥା କରାଇ ଦିଅନ୍ତେ, ତେବେ ଚାଷ ପାଇଁ ଜଳ ମିଳି ଯାଆନ୍ତା ! ରାଜ୍ୟ ସରକାର କୃଷି ପାଇଁ ବହୁ ପ୍ରକାର ଯୋଜନା କରୁଥିବା ବେଳେ ସମନ୍ତରାପୁର ଗ୍ରାମ ଓ ତାର ଆଖପାଖ ଚାଷୀ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନ କରିବା ଦୁଃଖ ଓ ପରିତାପର ବିଷୟ ବୋଲି ଉପସ୍ଥିତ ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି ! ସରକାରଙ୍କ ନିକଟରେ ଏହାର ନିରାକରଣ ଓ କ୍ଷତିପୂରଣ ଦାବୀ କରିବା ସହିତ ଧାନ ର ଅଭାବୀ ବିକ୍ରି ବିଷୟରେ ବି ଚର୍ଚ୍ଚା କରିଛନ୍ତି ! ରାଜ୍ୟ ସରକାରଙ୍କ ପାଖରେ ଧାନର ମୂଲ୍ୟ ବାବଦରେ ଦାବୀ ଜଣାଇ କହିଛନ୍ତିଯେ କୁଇଣ୍ଟାଲ ପିଛା ସରକାର ୪ ହଜାର ଟଙ୍କାରୁ ୪ ହଜାର ୫ ଶହ ଟଙ୍କା ଯେବେ ଘୋଷଣା କରନ୍ତେ ତେବେ ବଳକା ଜମିର ଧାନ ବିକ୍ରି କରି ଗୁଜୁରାଣ ମେଣ୍ଟେଇ ହୁଅନ୍ତା ! ଦେଖିବାକୁ ରହିଲା ଅଭିଯୋଗକାରୀ ଚାଷୀଙ୍କ ପାଇଁ ସରକାରଙ୍କ ନିଷ୍ପତି ରହୁଛି କଣ ??
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




