Country

ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ର ପଞ୍ଚମ ବାର୍ଷିକ ଉତ୍ସବ ଓ ଶିଶୁ ପତ୍ରିକା ଉନ୍ମୋଚନ

ତିର୍ତ୍ତୋଲ -: ଓଡ଼ିଶାର କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆପ୍ରାଣ ଚେଷ୍ଟା ଚଳାଇଥିବା ଅନୁଷ୍ଠାନ ମଧ୍ୟରୁ,କଳା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଅଗ୍ରଣୀ ଭୂମିକା ତୁଲାଉଥିବା ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ, ତିର୍ତ୍ତୋଲ, ଜଗତସିଂହପୁର ସ୍ୱତନ୍ତ୍ର ଓ ଅନ୍ୟତମ ! ଆଜି ୨୯/୧୦/୨୩ ତାରିଖ ରବିବାର ପୂର୍ବାହ୍ନ ୧୦ ଘଟିକାରେ ତାର ପଞ୍ଚମ ବାର୍ଷିକ ଉତ୍ସବ ଏବଂ ଶିଶୁ ସାହିତ୍ୟ ପତ୍ରିକା “ଋତୁପର୍ଣ୍ଣା” ର ଶୁଭ ଉନ୍ମୋଚନ, ତିର୍ତ୍ତୋଲ ସ୍ଥିତ କୁମାର ଉତ୍ସବ ପରିସରରେ ଆୟୋଜନ କରି ପାରିଛି ! ଏହି ସାରସ୍ୱତ କଳା ସାହିତ୍ୟ ଆସରର ଶୁଭ ଉଦଘାଟକ ଅଣାକାର ଆଶ୍ରମର ମଠାଧୀଶ ବାବା ଶ୍ରୁତିସାଗର ସରସ୍ବତୀ ମହାରାଜ ଥିବାବେଳେ,ମୁଖ୍ୟ ଅତିଥି ଥିଲେ ବିଶିଷ୍ଟ ପରିବେଷବିତ ତଥା ନାଲକୋର ପୂର୍ବତନ ମୁଖ୍ୟ ପରିଚାଳକ ଡକ୍ଟର ଜୀବନ କୁମାର ମହାପାତ୍ର !ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ, “ଦାସ ବେନହୁର” ନାମରେ ପରିଚିତ ବିଶିଷ୍ଟ ସ୍ତମ୍ଭକାର ସୁସାହିତ୍ୟିକ ଡକ୍ଟର ଜିତେନ୍ଦ୍ର ନାରାୟଣ ଦାଶ ! ବିଶିଷ୍ଟ ଅତିଥି ଥିଲେ ଡକ୍ଟର ବଟକିଶୋର ରାୟ, ବାରେଣ୍ୟ ଅତିଥିଭାବେ ସଭାମଣ୍ଡନ କରିଥିଲେ, ଶ୍ରୀଯୁକ୍ତ ଶରତ କୁମାର ଦାସ, ଭାଗ୍ୟଧର ଦାସ, ଏବଂ ଅଧ୍ୟାପକ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀ !ସମ୍ମାନୀୟ ଅତିଥି ଥିଲେ ସାମ୍ବାଦିକ ବିଭୁତି ଭୂଷଣ ବିଶ୍ୱାଳ, ଆଇନଜୀବୀ ମଞ୍ଜୁଲତା ରାଉତ ଏବଂ ବିମଳ ମହାପାତ୍ର ! ଆମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିବା ପରେ ଶାରଳା ମହିମା ଗବେଷକ ରମାକାନ୍ତ ରାଉଳ ଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ କୁ ଉଦଘାଟନ କରିଥିଲେ ବାବା ଶ୍ରୁତିସାଗର ମହାରାଜ ! ଋତୁପର୍ଣ୍ଣା ର କଳାକାର ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା !ମଞ୍ଚ ପରିଚାଳନା ଶିକ୍ଷାବିତ ଅକ୍ଷୟ କୁମାର ଦାଶ କରିଥିବା ବେଳେ ଋତୁପର୍ଣ୍ଣା ର ସମ୍ପାଦିକା ରାଜଶ୍ରୀ ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ !ଅତିଥି ମାନଙ୍କ ଦ୍ୱାରା ଶିଶୁ ସାହିତ୍ୟ ପତ୍ରିକା ଋତୁପର୍ଣ୍ଣା ର ଉନ୍ମୋଚନ କରାଯାଇଥିଲା ! ଆମନ୍ତ୍ରିତ ଅତିଥି ମାନେ ନିଜନିଜର ବକ୍ତବ୍ୟ ରଖିବା ପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ! ତତ୍ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପାତ୍ର ପ୍ରଦାନ କରିବା ସହିତ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ଋତୁପର୍ଣ୍ଣା ମହ୍ଲାର ପୁରସ୍କାର ପ୍ରଦାନ କରାଯଇଥିଲା !ଶିକ୍ଷାବିତ ବସନ୍ତ ମଞ୍ଜରୀ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷାବିତ ସବିତା ନାୟକ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button