Country

ଦେଢ଼େଣମାଲଠାରେ ଆଦିବାସୀ ସମନ୍ୱୟ ସମିତି ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ, ଯୋଗଦେଲେ କନ୍ଧମାଳ ସାଂସଦ

ଦେଢ଼େଣମାଲଠାରେ ଆଦିବାସୀ ସମନ୍ୱୟ ସମିତି ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ, ଯୋଗଦେଲେ କନ୍ଧମାଳ ସାଂସଦ ।

 

କଣ୍ଟାମାଳ, ୨୯/୧୦:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧିନ ଆମ୍ବଗାଁ ପଂଚାୟତ ଅନ୍ତର୍ଗତ ଦେଢ଼େଣମାଲର ଆଦିବାସୀ ମଣ୍ଡପରେ ଆଦିବାସୀ ସମନ୍ୱୟ ସମିତିର ଅଧ୍ୟକ୍ଷ ସାମନ୍ତ ମାଝୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟକୁ ମୁଖ୍ୟଅତିଥି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ

ସମ୍ମାନିତ ଅତିଥି ଭାବେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଂଟାମାଳ ବିଧାୟକ ମହିଧର ରଣା , ଜିଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ , ୧ନଂଜୋନର ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ସ୍ଥାନୀୟ ଆମ୍ବଗାଁ ସରପଞ୍ଚ ଶ୍ରୀମତୀ ପ୍ରତିମା ରଣା, ଆଦିବାସୀ ନେତା ସତ୍ୟନାରାୟଣ ମାଝୀ, ବିପିନ ଭୋଇ, ଘନଶ୍ୟାମ ବୁଡ଼ାଏକ, ଘାସିରାମ ଫୁଟା ଓ ନିଳାଚଳ ଭୋଇ ପ୍ରମୁଖ ଯୋଗଦେଇଥିଲେ । ସମସ୍ତ ଅତିଥିଙ୍କ ପରସ୍ପର ସହ ଭେଟଘାଟ ପରେ ଆଦିବାସୀଙ୍କ ପାଇଁ ଓଡ଼ିଶା ସରକାର କରିଥିବା ଜନହିତକାରୀ ଯୋଜନା ସଂପର୍କରେ ବକ୍ତବ୍ୟ ରଖିଥିଲେ। ପୂର୍ବରୁ ସମସ୍ତ ଆଦିବାସୀ ଭାଇମାନେ ଏକତ୍ରୀତ ହୋଇ ନିଜ ନିଜ ପାରମ୍ପରିକ ବେଶ ପୋଷାକରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଢୋଲ ନିଶାନର ତାଳେତାଳେ, ନାଚଗୀତ ସହ ଗ୍ରାମ୍ୟ ପରିକ୍ରମା ପରେ ନିଜର ଇଷ୍ଟଦେବୀ ମାଁ ଆଦିମାତା, ଆଦିଶକ୍ତିଙ୍କ ରିତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ ହୋଇ ମଧ୍ୟାହ୍ନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହୋଇଥିଲା । ତାପରେ ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥିଭାବେ ସୋନପୁରର ପଶ୍ଚିମଓଡିଶା ଉନ୍ନୟନ ପରିଷଦର ସଦସ୍ୟ ତଥା ପୂର୍ବତନ ସୋନପୁର ମ୍ୟୁନିସିପାଲିଟିର ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ ଓ ବୌଦ୍ଧ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ କଣ୍ଟାମାଳ ବିଧାୟକ ଭଗବାନ କହଁର, ସମ୍ମାନୀତ ଅତିଥିଭାବେ କଣ୍ଟାମାଳ ବ୍ଳକ ଆଦିବାସୀ ସଭାପତି ଡମ୍ବରୁଧର କହଁରଙ୍କ ସମେତ ଅନ୍ୟ ଜିଲ୍ଲାର ମୂଖ୍ୟମାନେ ଉପସ୍ଥିତ ରହି ଆଦିବାସୀ ନିଜର ହକ ପାଇଁ ଦକ୍ଷତାର ଆବଶ୍ୟକତା ବୋଲି କହିଥିଲେ।ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନଙ୍କ ଦ୍ଵାରା ନୃତ୍ୟଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ । ଆଦିବାସୀ ନେତା ନିଳାଚଳ ଭୋଇ ଉଭୟ ଅଧିବେଶନର ମଞ୍ଚ ସଞ୍ଚାଳନ କରିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ମାଝୀ ଧନ୍ୟବାଦ ଦେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button