Country

ଚିର ଅମର ସ୍ବର୍ଗତ ନିତ୍ୟାନନ୍ଦ ଜେନାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଆଲୋଚନା ଚକ୍ର !

ତିର୍ତ୍ତୋଲ -: ଅନେକଙ୍କ ମଧ୍ୟରେ ଏକ ବୋଲି କିଛି ସ୍ମୃତି ଛାଡି ଯାଆନ୍ତି ଏଇ ଜଡ ଜଗତରେ ! ସେ ସମାଜସେବା ହେଉ ଅବା ପରୋପକାରିତା ! ଧାର୍ମିକ ଆଧ୍ୟାତ୍ମିକ ବାଦୀ ହୁଅନ୍ତୁ ବା ସମାଜ ସଂସ୍କାରକ ! ଏଇସବୁ ସଂସ୍କାରଧର୍ମୀ କାର୍ଯ୍ୟ ଜନସ୍ମୃତିରେ ମଣିଷକୁ ଅମର କରି ରଖେ ! ସେଇଭଳି ଜଣେ ଯୋଗଜନ୍ମା ବ୍ୟକ୍ତି ଥିଲେ ସ୍ବର୍ଗତଃ ନିତ୍ୟାନନ୍ଦ ଜେନା ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଗ୍ରାମରେ ଜନ୍ମିତ ସ୍ବର୍ଗତଃ ନିତ୍ୟାନନ୍ଦ ଜୀ ତିର୍ତ୍ତୋଲ କୁମାର ଉତ୍ସବ ସମିତିର ପୂର୍ବତନ ସଭାପତି ତଥା ଦିଲ୍ଲୀ ଦୂରଦର୍ଶନ କେନ୍ଦ୍ରର ପ୍ରାକ୍ତନ ଉପନିର୍ଦେଶକ ଓ ତିର୍ତ୍ତୋଲ ଅଂଚଳର ଅଗ୍ରଗଣ୍ୟ ସାରସ୍ୱତ ସାଂସ୍କୃତିକ ସାଧକ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ ! ଆଜିବି ତାଙ୍କୁ ଝୁରୁଛି ତିର୍ତ୍ତୋଲ ମାଟି ! ଆଜିବି ତାଙ୍କର ଅମର ସ୍ମୃତିକୁ ମନେ ପକାଉଛନ୍ତି ତିର୍ତ୍ତୋଲବାସୀ ! ତାଙ୍କର ସ୍ମୃତି ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ତିର୍ତୋଲସ୍ଥିତ ବଜ୍ରମହାକାଳୀ ମନ୍ଦିର ପରିସରରେ ରବିବାର ୨୯/୧୦/୨୩ ପୂର୍ବାହ୍ନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ! ଚନ୍ଦ୍ରକାନ୍ତ ରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବାଦଲ ମହାପାତ୍ର, ପ୍ରଦ୍ୟୁମ୍ନ କିଶୋର ପରିଜା, ଲକ୍ଷ୍ମୀକାନ୍ତ ଦାସ, ବବିତା ମହାପାତ୍ର, ସଂଘମିତ୍ରା ରାୟ, ବିଷ୍ନୁପ୍ରିୟା ତ୍ରିପାଠୀ, ସେଲିନା ଦାସ, ରୀତିଶ ମହାପାତ୍ର, ସରପଞ୍ଚ ପ୍ରିୟମ୍ବଦା ରାୟ, ସମିତିସଭ୍ୟ ପ୍ରବୀର ରାୟ, ଲଲାଟ ମହାପାତ୍ର, ବିଜୟାନନ୍ଦ ନାଥ, ପ୍ରଫୁଲ ଦାସ, ପ୍ରମୁଖ ଯୋଗଦେଇ ନିଜନିଜର ସ୍ମୃତିସାଉଁଟା ବକ୍ତବ୍ୟ ଉପସ୍ଥାପନ କରିଥିଲେ,! ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅସୀତା ରାୟ, ଆରାଧ୍ୟା ରାୟ, ଅର୍ପିତା ରାୟ, ଲଛିତା ଦାସ, କୃଷ୍ଣପ୍ରିୟା ମହାପାତ୍ର, ସୁପ୍ରିୟା ରାୟ, ଓ ସ୍ୱପ୍ନା ମହାପାତ୍ର ପ୍ରମୁଖ ନିମନ୍ତ୍ରିତ ଅତିଥି ମାନଙ୍କୁ, ସ୍ୱାଗତ କରିବା ସହିତ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button