କଣ୍ଟାମାଳରେ ୩୦ଟି ସିଲେଇ ମେସିନ ମିଶନ ଶକ୍ତି କାର୍ଯ୍ୟାଳୟକୁ ପ୍ରଦାନ କଲେ କିଟ୍ସର ଅଧ୍ୟକ୍ଷ


କଣ୍ଟାମାଳ, ୨୯/୧୦ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଦେଉଲଡୁଙ୍ଗରିସ୍ଥିତ ମିଶନଶକ୍ତି କାର୍ଯ୍ୟାଳୟକୁ ୩୦ ଟି ସିଲେଇ ମେସିନ ପ୍ରଦାନ କରାଯାଇଛି । ଯାହାଦ୍ଵାରା ମିଶନ ଶକ୍ତିର ମାଆମାନେ ସିଲେଇ ଶିକ୍ଷାଲାଭ କରି ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ କନ୍ଧମାଳ ସାଂସଦ ତଥା କିଟ୍ସର ଅଧ୍ୟକ୍ଷ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗଦେଇ ଉପସ୍ଥିତ ମାଆମାନଙ୍କୁ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଂଟାମାଳ ବିଧାୟକ ମହିଧର ରଣା , ଜିଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ,

ବରିଷ୍ଠ ଓକିଲ ତାରେଣୀ ମହାପାତ୍ର, ବିଡିଓ ସାମି ଜୟଶ୍ରୀ ରେଡି,ସିଡିପିଓ ଶ୍ରୀମତୀ ଜ୍ୟୋସ୍ନାରାଣୀ ପାଢ଼ୀ, ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ, ସାଂସଦ ପ୍ରତିନିଧି ଶମ୍ଭୁପ୍ରସାଦ ସାହୁଙ୍କ ସମତେ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ । ମହିଳା ସଶକ୍ତିକରଣ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ୩୦ ଜଣ ମହିଳାଙ୍କୁ ତାଲିମ ପ୍ରଦାନ ପରେ ଅନ୍ୟ ୩୦ ଜଣଙ୍କୁ ସ୍ୱାବଲମ୍ବି କରିବା ପାଇଁ ସିଲେଇ ମେସିନ ମିଶନ ଶକ୍ତିକୁ ପ୍ରଦାନ କରାଯାଇଛି ।

ଆଜିର କାର୍ଯ୍ୟକ୍ରମ ଓଏଲଏମ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ





