Education

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବୌଦ୍ଧର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ତାରିଖ:-ତା ୦୪/୦୩/୨୦୨୩ ରିଖ ଶନିବାର

ବୌଦ୍ଧ :-୦୪/୦୩/୨୦୨୩ ରିଖ ଶନିବାର ଦିନ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ବୌଦ୍ଧର ଜିଲ୍ଲା ସ୍ତରୀୟ ବୈଠକ ମାହେଶ୍ବରୀ ଭବନ ବୌଦ୍ଧ ଠାରେ ଷ୍ଟିଅରିଙ୍ଗ କମିଟି ସଭ୍ୟ ଶ୍ରୀଯୁକ୍ତ ଶମ୍ଭୁ ଗିରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସର୍ବସମ୍ମତ କ୍ରମେ ଜିଲ୍ଲା ସଂଘର ପୁନର୍ଗଠନ କରାଯାଇଥିଲା। ଜିଲ୍ଲା ସଂଘ ସଭାପତି ଭାବରେ ଶ୍ରୀଯୁକ୍ତ ଶିଶିର ଖଟୁଆ,କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶମ୍ଭୁ ଗିରି,ଉପ ସଭାପତି ଶ୍ରୀମତୀ ରଞ୍ଜିତା ମିଶ୍ର,ଶ୍ରୀଯୁକ୍ତ ସୁଦାମ ଚରଣ ମିଶ୍ର,ଶ୍ରୀଯୁକ୍ତ ବସନ୍ତ ବିଶ୍ବାଳ,ସଂପାଦକ ଶ୍ରୀଯୁକ୍ତ ମହେଶ କୁମାର ସେଠୀ,ସହ ସଂପାଦକ ଶ୍ରୀଯୁକ୍ତ ପରମେଶ୍ବର ମେହେର,ଶ୍ରୀଯୁକ୍ତ ରବିନ୍ଦ୍ର ମେହେର,ଶ୍ରୀଯୁକ୍ତ ନିରାକାର ସାହୁ,କୋଷାଧ୍ଯକ୍ଷ ଶ୍ରୀଯୁକ୍ତ ଅଶୋକ ଘିବିଲା ଏବଂ ଗଣ ମାଧ୍ୟମ ସଂଯୋଜକ ଶ୍ରୀଯୁକ୍ତ ବିଜୟ ସାହୁଙ୍କୁ ମନୋନୀତ କରାଯାଇଥିଲା।

ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟ ସଂଘର ତିନି ଦଫା ଦାବିକୁ ନେଇ ହେବାକୁ ଥିବା ଆଗାମୀ ଆନ୍ଦୋଳନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଷ୍ଟିଅରିଙ୍ଗ କମିଟି ସଭ୍ୟ ଶ୍ରୀଯୁକ୍ତ ସୁଧାଂଶୁ ନାୟକ ଓ ଶ୍ରୀଯୁକ୍ତ ମିନକେତନ ସାହୁ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇଥିଲେ। ମହାସଂଘ ତରଫରୁ ପୂ୍ର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ତା ୦୫/୦୩/୨୦୨୩ ରିଖ ରବିବାର ଦିନ ସମସ୍ତ ବ୍ଳକ ସ୍ତରରେ ବୈଠକ କାରାଯାଇ ଆଗାମୀ ତା ୧୧/୦୩/୨୦୨୩ ରିଖ ଶନିବାର ଦିନ ବ୍ଳକ ସ୍ତରରେ ଏବଂ ତା ୧୫/୦୩/୨୦୨୩ ରିଖ ବୁଧବାର ଦିନ ଭୁବନେଶ୍ବର ଠାରେ Mass Leave ନେଇ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ନିଶ୍ଚିତ କରାଯିବା ପାଇଁ ସର୍ବସମ୍ମତ କ୍ରମେ ବୈଠକରେ ନିଷ୍ପତି ନିଆଯାଇଅଛି। ଉକ୍ତ ବୈଠକରେ କଣ୍ଟାମାଳ ବ୍ଳକ ସଭାପତି ଶ୍ରୀ ଶିଶିର ଖଟୁଆ,ସଂପାଦକ ଶ୍ରୀ ପ୍ରଜୀଣା ପାଢୀ,ଶ୍ରୀ ନିରାକାର ସାହୁ,ଶ୍ରୀ ଅଶୋକ ମହାନ୍ତି,ଶ୍ରୀ ମଦନ ମୋହନ ବେହେରା,ଶ୍ରୀ ଜଗତ ମୋହନ ସାହୁ,ଶ୍ରୀ ପ୍ରଦୀପ କୁମାର ମିଶ୍ର,ହରଭଙ୍ଗା ବ୍ଳକ ସଭାପତି ଶ୍ରୀ ରଜତ କୁମାର ନାୟକ,ସଂପାଦକ ଶ୍ରୀ ପ୍ରସନ୍ନ ଭୋକ୍ତା,ଶ୍ରୀ ଅଜୟ ମିଶ୍ର,ଶ୍ରୀ ପ୍ରମୋଦ ପାଣିଗ୍ରାହୀ,ଶ୍ରୀ ଚାପଧାରୀ ପାତ୍ର,ବୌଦ୍ଧ ବ୍ଳଜ ସଭାପତି ଶ୍ରୀ ରାଜକୁମାର ପ୍ରଧାନ,ସଂପାଦକ ଶ୍ରୀ ଉତ୍ତମ ନାୟକ,ଶ୍ରୀ ସୁଶାନ୍ତ ପଣ୍ତା,ଶ୍ରୀ ଦୁର୍ଗାଶଙ୍କର ପରିଜା,ଶ୍ରୀ ମୋହନ କରଡିଆ,ଶ୍ରୀ ରଶ୍ମିରଞ୍ଜନ ଦାସ ପ୍ରମୁଖଙ୍କ ସହ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଶ୍ରୀ ରାଜକୁମାର ପ୍ରଧାନ ଧନ୍ୟବାଦ ଅର୍ପଣ ପୂର୍ବକ ସଭାପତିଙ୍କ ଦ୍ବାରା ସଭା ସାଙ୍ଗ କରାଯାଇଥିଲା।

 

ବୌଦ୍ଧରୁ ସମର୍ଥ News ପ୍ରଦୀପ କୁମାର ମହାନନ୍ଦ

Related Articles

Back to top button