Country
ଆଜି ବୈରୀ ତରକାଇ ଠାକୁରାଣୀ ପାଲା ମଣ୍ଡପ ଠାରେ ବରିଷ୍ଠ ନାଗରିକ ମଞ୍ଚ, ବୈରୀ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି


ଆଜି ବୈରୀ ତରକାଇ ଠାକୁରାଣୀ ପାଲା ମଣ୍ଡପ ଠାରେ ବରିଷ୍ଠ ନାଗରିକ ମଞ୍ଚ, ବୈରୀ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି, ମଞ୍ଚ ର ସଭାପତି ଈଶ୍ୱର ଚନ୍ଦ୍ର ନାୟକ ଏଥିରେ ଅଧକ୍ଷତା କରି ଥିଲେ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ବିବରଣୀ ପାଠ କରି ଥିଲେ, ମଞ୍ଚ ର ପଞ୍ଜିକରଣ, ପାଣ୍ଠି ସଂଗ୍ରହ, ଓ ନୂତନ ସଭ୍ୟ ଗ୍ରହଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା, ଉପ ସଭାପତି ବିଳାସ ଚନ୍ଦ୍ର ବାରିକ ସହ ସମ୍ପାଦକ ସଚ୍ଚିଦାନନ୍ଦ ସ୍ୱାଇଁ ଓ କୋଷାଧକ୍ଷ ଦୀନବନ୍ଧୁ ସାମଲ ଉପରୋକ୍ତ ବିଷୟରେ ଆଲୋଚନା କରିଥିଲେ, ଉପଦେଷ୍ଟା ମଣ୍ଡଳୀ ଙ୍କ ମଧ୍ୟରୁ ପ୍ରମୋଦ ମିଶ୍ର କନକଲତା ପରିଡା ବାବାଜୀ ଖୁଣ୍ଟିଆ ଓ ନିଧି ମଲିକ ପ୍ରମୁଖ ନିଜ ନିଜ ର ମତ ବ୍ୟକ୍ତ କରି ଥିଲେ, ସର୍ବ ଶେଷ ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗାନ୍ଧୀ ଶିକ୍ଷା ଶ୍ରମ କଇଥା ଚମ୍ପାପୁର ର ଦୀନବନ୍ଧୁ ସାର ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା,
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ




