ଦ୍ୱିତୀୟ ଥର ମହଦା ଯୋଗାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ୭ ଜଣ ମହଳା ସମେତ ୬୩ ଜଣ ରକ୍ତଦାନ କରିଛନ୍ତି।

ଦ୍ୱିତୀୟ ଥର ମହଦା ଯୋଗାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ୭ ଜଣ ମହଳା ସମେତ ୬୩ ଜଣ ରକ୍ତଦାନ କରିଛନ୍ତି।

ବିନିକା, ୨୯/୧୦ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ଗ୍ରାମ ସ୍ଥିତ ପତଞ୍ଜଳି ଆଞ୍ଚଳିକ ଯୋଗାଳୟରେ ଆଜି ସମ୍ଵାଦ – ଆମ ଓଡିଶା ଓ ପତଞ୍ଜଳି ଆଞ୍ଚଳିକ ଯୋଗାଳୟ, ମହଦା ମିଳିତ ଉଦ୍ୟମରେ ୨ୟ ଥର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବଡ଼ ଉତ୍ସାହର ସହିତ ୭ ଜଣ ମହିଳା ସମେତ ୫୬ ଜଣ ପୁରୁଷ ମୋଟ ୬୩ ଜଣ ରକ୍ତଦାନ କରିଛନ୍ତି। ସମ୍ଵାଦ, ସେଲେଡି ପ୍ରତିନିଧି ପରକ୍ଷିତ ବାଘଙ୍କ ସଂଯୋଜନାରେ ରକ୍ତଦାନ ଶିବିରକୁ ବୁର୍ଲା ଭିମସାରର ଡାକ୍ତରୀ ଦଳ ଆସି ରକ୍ତ ସଂଗ୍ରହ କରିଥିଲେ। ଡା. ନିଖିଲ ପ୍ରସାଦ ଗୁପ୍ତା, ଲାବ୍ ଟେକ୍ନିସିଆନ୍ ସୁର୍ଯ୍ୟନାରାୟଣ ବେହେରା, ଅଜୟ ପ୍ରଧାନ, ଲାଲୁ ବିଶ୍ୱାସ, ଜନକ ବେହେରା ଆଦି ରକ୍ତ ସଂଗ୍ରହ କରିଥିଲେ।

ଏହି ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ, ଜିଲ୍ଲା ବିଜେଡି ଯୁବ ସଭାପତି, ସୁବର୍ଣ୍ଣପୁର ଅଶୋକ ନନ୍ଦ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେହିପରି ମହଦା ସରପଞ୍ଚ ଭୀମସେନ ସଂଦେଓ, ସମିତି ସଭ୍ୟ, ମକରଧ୍ଵଜ ଚୌଧୁରୀ, ବିଜେଡି ନେତା ବିଶିଷ୍ଟ ପଣ୍ଡା, ଅଚ୍ୟୁତ କଣ୍ଟା, ଅକ୍ଷ୍ମଣ ସାହୁ ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ରକ୍ତଦାନ ଶିବିରରେ ପରିଚାଳନା କମିଟି ସମେତ ଆଖ ପାଖ ଗ୍ରାମବାସୀ

ସହଯୋଗ କରିଥିଲେ। ଶେଷରେ ବିଶ୍ଵନାଥ କାଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।
ରକ୍ତଦାତା ଜୀବନ ଦାତା
ରୁନୁ ବାରିକ, ଆଲ୍ଲାଉଦିନ ଶର୍ମା, ସରୋଜ ବାଘ,ପଦ୍ମନାଭ ଭୋଇ, ରବି ଭୋଇ, ଚନ୍ଦ୍ରମା ପାତ୍ର, ନନ୍ଦ କିଶୋର ସାହୁ, ଶୈକେଶ ସାହୁ, ହେମନ୍ତନାରାୟଣ ସିଂଦେଓ, ଅନିରୁଦ୍ଧ ପଧାନ, ପ୍ରହଲ୍ଲାଦ ମଲ୍ଲିକ, ମଧୁସୂଦନ ଭୂଏ, ସୁଶାନ୍ତ ନାୟକ, ଶୁରେଷ୍ଟ ଭୋଇ, ଶୁଭାକାର ସାହୁ, ସୁନୀତା ସିଂଦେଓ, ସୁଶାନ୍ତ ଗରିଆ, ଗୌରବ ପଧାନ, ଅଶ୍ଵିନୀ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ଚନ୍ଦ୍ରଭାନୁ ଚୌଧୁରୀ, ପ୍ରିୟଦର୍ଶିନୀ ନାୟକ, ଲିଙ୍କନ ଭୋଇ, ରମେଶ ଭୋଇ, ପ୍ରମୋଦ କୁଅଁର, ମାଣିକ୍ୟ ସାହୁ, ଅଜୟ କୁମାର ବିଶ୍ଵାଳ, କମ୍ଭୂ କୁମାର ସା, ଯଜ୍ଞ ପ୍ରକାଶ ଭୋଇ, ହିମାଂଶୁ ବିଶ୍ଵାଳ, ବବିତା ହାତୀ, ସୁନିଲ କୁମାର ପଣ୍ଡା, କେଶବ ପଧାନ, ଶ୍ରୀରାମ ଭୋଇ, ଯଦୁମଣି କୁଅଁର, ପଞ୍ଚାନନ ନାଏକ, ଶଷ୍ମିତା ପଧାନ, ଦାମୋଦର ପଧାନ, ସୂର୍ଯ୍ୟକାନ୍ତି ଭୋଇ, ସୁଜିତ ସେଠ୍ , ଶ୍ଵେତା ପ୍ରତିକ୍ଷା ନାୟକ, ପ୍ରଦୀପ କୁମାର ନାୟକ,

ଲୋକନାଥ ସାହୁ, ସଞ୍ଜୁଲା ରଣା, ବ୍ରଜ ବିହାରୀ ନାଏକ, ଅଙ୍ଗଦ ଭୋଇ, ତ୍ରିନାଥ କୁଅଁର, ସନ୍ତୋଷ ଭୋଇ, ଧନଞ୍ଜୟ ବିଶ୍ଵାଳ, କିରଣ କୁମାର ସାହୁ, ଆଦିକନ୍ଦ ସାହୁ, ଉପେନ୍ଦ୍ର ଭୋଇ, ପିତାମ୍ଵର ଭୋଇ, ଦାମୋଦର ନାୟକ, ପ୍ରେମାନନ୍ଦ ମେହେର, ବିଷ୍ମଦେବ ପଧାନ, ଯଦୁନାଥ ମେଲ୍ଲି, ଆଶିଷ ବରିହା, ସୁରେନ୍ଦ୍ର ଭୋଇ, ବଳରାମ ସା, ମିଲୁ ପାଟକମଲିଆ, ପ୍ରଦୀପ ଭୁଏ, ସୁଧିର ଭୋଇ ଆଦି ରକ୍ତଦାନ କରିଛନ୍ତି।




