କଳାହାଣ୍ଡି ବିକାଶର କାହାଣୀ କହିବ ଲକ୍ଷ୍ମୀ ବସ, ନଭେମ୍ବର 1ରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ


କଳାହାଣ୍ଡି ଜିଲ୍ଲା :ଭବାନୀପାଟଣା ଉପାନ୍ତ ଅଞ୍ଚଳକୁ ସୁଗମ ହେଉଛି ଗମନାଗମନ। ଆସନ୍ତା 1 ତାରିଖରେ କଳାହାଣ୍ଡି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ପଞ୍ଚାୟତରୁ ପଞ୍ଚାୟତ ହୋଇ ବ୍ଲକ ସଦର ମହକୁମାରେ ପହଞ୍ଚିବ ବସ। ପୁଣି ବ୍ଲକ ପଏଣ୍ଟରୁ ଜିଲ୍ଲା ସଦର ମହାକୁମାକୁ ଯିବ। ଜିଲ୍ଲାରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଓ ପୁରୀ ଜଗନ୍ନାଥ ଧାମ ପର୍ଯ୍ୟନ୍ତ ଲଷ୍ମୀ ବସ ଚଳାଚଳ କରିବ। ଏନେଇ ଖୁବ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଲକ୍ଷ୍ମୀ ଯୋଜନା ଜିଲ୍ଲାରେ ପରିବହନ ଜନିତ ସମସ୍ୟା ଦୂର ହେବ କେବଳ ତାହା ନୁହେଁ ବରଂ ବିକାଶର କାହାଣୀ କହିବ ଲଷ୍ମୀ ବସ।ବର୍ତ୍ତମାନ ଜିଲ୍ଲାରେ ମୋଟ ୬୩ଟି ଲଷ୍ମୀ ବସ ପହଞ୍ଚିଥିବା ବେଳେ ଏହି ବସ ସେବାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବସ ସେବା ସହିତ ବସ ଷ୍ଟପ ମଧ୍ୟ ନିର୍ମାଣ ଚାଲିଛି। ଜିଲ୍ଲାରେ ୩୨୬ ଗୋଟି ବସ୍ ଷ୍ଟପେଜରେ ଯାତ୍ରୀମାନେ ବସକୁ ଅପେକ୍ଷା କରିବେ ଓ ବସ ପହଁଞ୍ଚିବା କ୍ଷଣି ଯାତ୍ରା କରିବେ। ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥାହେଲା ସୁଲଭ ମୂଲ୍ୟରେ ଟିକଟ କରିବେ ଯାତ୍ରୀ। କମ ଖର୍ଚ୍ଚରେ ଅଧିକ ଦୂର ଯାତ୍ରା ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ଆସନ୍ତା ୧ ତାରିଖରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଆସିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଲଷ୍ମୀ ବସ ସେବାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।ବିଜେପିଏଥିସହ୧୦୦ ସିଟ ର ଶହିଦ ରେଣ୍ଡୋ ମାଝୀ ମେଡ଼ିକାଲ କଲେଜ, ଭବାନୀପାଟଣାର ନୂତନ ବସ୍ ଟର୍ମିନାଲକୁ ବାଦ ଦେଲେ ଏକ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ମଧ୍ୟରୁ କେତେକର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଥିବା ଆହ୍ବାନର ମୁକାବିଲା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ତେଣୁ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା କରି ନୂଆ ଦିଗ ଦେଖାଇଛନ୍ତି । ୨୨ଟି ଡିପାର୍ଟମେଣ୍ଟକୁ ନେଇ ଶହୀଦ ରେଣ୍ଡୋମାଝୀ ମେଡ଼ିକାଲ କଲେଜ ଆରମ୍ଭ ହୋଇଛି। ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ ଭଳି ଉପାନ୍ତ ଇଲାକାରେ ଲକ୍ଷ୍ମୀ ବସ୍ ଚାଲିବା ନେଇ ଏବେ ଉସାହିତ ଜିଲ୍ଲାବାସୀ। କଳାହାଣ୍ଡି ବିକାଶର ସୂଚକାଙ୍କ ନିର୍ଦ୍ଧାରଣ କରିବାକୁ ଯାଉଛି ଲକ୍ଷ୍ମୀ ବସ୍ ସେବା ଯୋଜନା । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




