ମା ମାହେଶ୍ୱରୀଙ୍କ ଛତର ଯାତ୍ରା ଉଦଯାପିତ।


ବୌଦ୍ଧ- ୨୯-୧୦(ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ମାକରିକଣ ପୀଠରେ ପୂଜା ପାଉଥିବା ମା ମାହେଶ୍ୱରୀଙ୍କ ଛତର ଯାତ୍ରା ଶନିବାର ଉଦଯାପିତ ହୋଇଯାଇଛି। ଯାତ୍ରା ପରିପ୍ରେକ୍ଷୀରେ ମାଙ୍କ ଛତର କୁ ଅଞ୍ଚଳର ବିଭିନ୍ନ ଗ୍ରାମରେ ପରିକ୍ରମା କରାଯିବା ସହ ବିଭିନ୍ନ ପ୍ରକାର ସୁଆଙ୍ଗ ନୃତ୍ୟ ପରିବେଷଣ ହୋଇଥିଲା। ଯାତ୍ରାର ଅନ୍ତିମ ଦିନରେ ମାଙ୍କ ଛତର ଯାତ୍ରା ଅଁଳାପାଲି ପଞ୍ଚାୟତର ସିଂହପାଲି ଗ୍ରାମରେ ପହଞ୍ଚିଥିଲା। ବଳରାମ ମହାକୁଳ, ପୁରୁଷୋତ୍ତମ ମହାକୁଳ, ଅନନ୍ତ କର୍ମୀ, ଗଣେଶ୍ୱର ବିଶ୍ୱାଳ, ପ୍ରମୁଖ ପୂଜକ ମାନେ ସମାଜର ପରମ୍ପରା ଓ ରୀତିନୀତି ଅନୁଯାୟୀ ଦେବୀଙ୍କୁ ସେଠାରେ ପୂଜାର୍ଚ୍ଚନା କରିଥିଲେ। ରାତ୍ରର ଶେଷ ପ୍ରହରରେ ମା,ଙ୍କ ଛତରକୁ ଗୁଡିଗମ୍ଭୀରାରେ ବିଜେ କରା ଯାଇଥିଲା। ଏଅବସରରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୀଠର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଡୁମାଳ ସମାଜ ଡିମିରିପାଲି କେନ୍ଦ୍ରର ସଭାପତି ହରିହର ମହାକୁଳ,

ଉପସଭାପତି ଯୀଶୁ ପ୍ରଧାନ, ସମ୍ପାଦକ ରଙ୍କନିଧି ସିଂହ, କୋଷାଧ୍ୟକ୍ଷ ଉମାକାନ୍ତ ମହାକୁଳ, ଉପଦେଷ୍ଟା ଦଣ୍ଡଧର ପ୍ରଧାନଙ୍କ ସହିତ କେନ୍ଦ୍ରର ସମସ୍ତ ଜାତିଭାଇ ପୂଜାବିଧି ଓ ଅନ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




