ସୁପରଭାଇଜରଙ୍କୁ ମାଡ଼ ନେଇ ସିଡିପିଓଙ୍କ ନାମରେ ମାମଲା ରୁଜୁ


ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିଡିପିଓଙ୍କ ଦୌରାତ୍ମ ଦିନକୁ ଦିନ ଅତିଷ୍ଠ ହେବାରେ ଲାଗିଛି I ବଡ଼ଚଣା ସିଡିପିଓ ଭଗବତୀ ଗୁରୁ ଅନେକ ସମୟରେ ନିଜ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ଦେବା ସହ ଅଶାଳୀନ ବ୍ୟବହାର ନେଇ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହେଉଥିଲେ ସୁଧା କେହି ମୁଁହ ଖୋଲିବାକୁ ସାହାସ ଜୁଟାଇପାରୁ ନଥିଲେ I ଗତ କିଛି ଦିନ ତଳେ ଜନୈକ ସୁପରଭାଇଜର ନଳିନୀ ମିଶ୍ରଙ୍କୁ ବ୍ଲକ ପରିସରରେ ଅସୌଜନ୍ୟ ବ୍ୟବହାର କରିଥିବା ବେଳେ ଗତ ମଙ୍ଗଳବାର ସିଡିପିଓଙ୍କ କାର୍ଯ୍ୟାଳୟରେ ସହାୟିକା ନିଯୁକ୍ତି ନିମନ୍ତେ ଯାଞ୍ଚ ପ୍ରକ୍ରିୟା ସରିଯିବା ପରେ ଆଉଜଣେ ସୁପରଭାଇଜର ସୁବାସିନୀ ଦାସଙ୍କୁ ଚୁଟି ଘୋଷାରି ବିଧା ଗୋଇଠା ମାଡ଼ ମାରିଥିବା ସୂଚନା ମିଳିଛି I ଫଳରେ ସୁବାସିନୀଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି I ଏ ନେଇ ସୁବାସିନୀ ନିଜର ଡାକ୍ତରୀ ରିପୋର୍ଟ ସହ ନେଇ ବଡ଼ଚଣା ଥାନାରେ ଅଭିଯୋଗ କରିଛନ୍ତି I ବଡ଼ଚଣା ଥାନାରେ 320/23ରେ ମାମଲା ପଂଜିକୃତ ହୋଇ ତଦନ୍ତ ଚାଲିଥିବା ନେଇ ଥାନାଧିକାରୀ ଶରତ ପାତ୍ର ସୂଚନା ପ୍ରଦାନ କରିଛନ୍ତି I ସିଡିପିଓଙ୍କ ଏଭଳି ଦବଙ୍ଗଗିରି କାର୍ଯ୍ୟକୁ କାର୍ଯ୍ୟାଳୟର କର୍ମଚାରୀ ମାନେ ଘୋର ନିନ୍ଦା କରିଛନ୍ତି I ତେବେ ଦେଖିବାକୁ ବାକି ରହିଲା ସିଡିପିଓଙ୍କ ଉପରେ ଜିଲ୍ଲା ପ୍ରଶାସନ କିଭଳି ପଦକ୍ଷେପ ନେଉଛନ୍ତି ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ




