Country

ଅନ୍ଧ ବିଶ୍ବାସ ଉପରେ ଆଲୋଚନା ।

 

ବୌଦ୍ଧ -୨୮/ ୧୦-(ହୃଦାନନ୍ଦ ମେହେର)-ଶନିବାର ଦିନ ଅପରାହ୍ଣ ଘ. ୫.୦୦ ଣ୍ଟା ସମୟରେ ବୌଦ୍ଧ ଜିଲ୍ଲାରେ ମାନବବାଦୀ ହେତୁବାଦୀ ସଂଗଠନ ଓଡିଶା ବୌଦ୍ଧ ଶାଖା ତରଫରୁ ବୈଜ୍ଞାନିକ ମନୋଭାବର ଆଲୋଚନା ଚକ୍ର ସଭାରେ ସମାଜସେବୀ ଟୀକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାକୁ ଚିତ୍ତରଞନ ବେହେରା ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦର ସଭାପତି ପ୍ରଦୀପ କୁମାର ମହାନନ୍ଦ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଦଳିତ ଅଧିକାର ମଞ୍ଚ ବୌଦ୍ଧ ଶାଖାର କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ରାଜହଂସ,ସମ୍ମାନିତ ଅତିଥି ଭାବରେ ଅନନ୍ତ ତାଣ୍ତିଆ,ଚିତ୍ତରଞ୍ଜନ ବେହେରା, ଉମେଶ ସୁନା, ଭୀମସେନ ଦୀପ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମହାକାଶରେ ଚନ୍ଦ୍ର ଗ୍ରହଣ ପରି ଏକ ମହାଜାଗତିକ ଦୃଶ୍ୟର ପ୍ରାକୃତିକ ଘଟଣା ବା ଗୋଟିଏ ଛାଇ ଆଲୁଅର ଖେଳ ଏହା ପ୍ରମାଣିତ ହୋଇସାରିଛି । ଆମେ ମଧ୍ୟ ପାଠ ରେ ଏ ବିଷୟରେ ପଢ଼ି ସାରିଛୁ। ବହୁ ବର୍ଷରୁ ମଣିଷ ଚନ୍ଦ୍ର ପୃଷ୍ଠକୁ ଯାଇ ତା ସମ୍ପର୍କରେ ସବିଶେଷ ତଥ୍ଯ ସଂଗ୍ରହ କରି ଆସିବା ସତ୍ତ୍ବେ ଆଜିର ଦିନରେ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଭ୍ରାନ୍ତ ଧାରଣା ଓ ଅନ୍ଧ ବିଶ୍ବାସ ପ୍ରଚାର ପ୍ରସାର କରି ସମାଜରେ ଭୟ ସୃଷ୍ଟି କରିବା ସହିତ ବିଭିନ୍ନ କୋଠାର ନିୟମ ପାଳନ କରିବା ପାଇଁ ବାଧ୍ୟ କରୁଛନ୍ତି ଯାହା ବହୁତ୍ ଦୁଃଖ ଓ ପରିତାପର ବିଷୟ ଅଟେ। ତେଣୁକରି ସମାଜରେ ରହି ଆସିଥିବା ଅନ୍ଧ ବିଶ୍ବାସକୁ ବିଲୁପ୍ତ କରି ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ପାଇଁ ସମ୍ବିଧାନରେ ସ୍ପଷ୍ଟ ଭାବରେ Article 51 A (h) ରେ ଆମ ସମସ୍ତ ନାଗରିକଙ୍କର (Fundamental Duties) ମୌଳିକ କର୍ତ୍ତବ୍ୟ ରହିଛି। ଏହିପରି କୁସଂସ୍କାର କୁପ୍ରଥା ସଂସ୍କୃତି ପରମ୍ପରା ନାମରେ ଚଳି ଆସୁଅଛି ଯାହାକି ସମାଜ ବିକାଶ ଦିଗରେ ବାଧା ସୃଷ୍ଟି କରୁଛି। ତେଣୁକରି ସମାଜରେ ରହି ଆସିଥିବା ସମସ୍ତ କୁସଂସ୍କାରକୁ ବିଲୁପ୍ତ କରି ବୈଜ୍ଞାନିକ ମନୋଭାବ ପୋଷଣ ହେବା ପାଇଁ ଏକ ବିସ୍ତୃତ ଆଲୋଚନା ହୋଇଥିଲା। ତତ୍ ପରେ ସଂନ୍ଧ୍ୟା ଘ. ୭.୦୦ ଣ୍ଟା ସମୟରେ କଥା କଥିତ ପାକ ତ୍ୟାଗ କୁ ଅନ୍ଧବିଶ୍ୱାସ ବୋଲି ପ୍ରମାଣ କରିବା କୁ ଯାଇ ସାମୁହିକ ଭୋଜନ ର ବ୍ୟବସ୍ଥା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ, ପ୍ରତ୍ୟୁଷ ମହାନନ୍ଦ, ରାକେଶ କହଁର, ଗୌତମ କୁମ୍ଭାର , ବିଭୀଷଣ ଦୀପ, କାଳିଆ ବେହେରା, ନନ୍ଦିଲାଲ ବେହେରା, ଜଗାସନ୍ ବେହେରା, ବୀରେନ୍ଦ୍ର ବେହେରାଙ୍କ ସହ ପ୍ରାୟ ୭୦ ରୁ ଉର୍ଦ୍ଧ ଯୋଗ ଦେଇଥିଲେ। 

ସଭା ଶେଷରେ ସତ୍ୟମ୍ ବେହେରା ଧନ୍ୟବାଦ ଅର୍ପଣ ପୂୃର୍ବକ ସଭାପତିଙ୍କ ଦ୍ବାରା ସଭା ସାଙ୍ଗ କରାଯାଇଥିଲା।

ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା

Related Articles

Back to top button