Country
ବୈଦ୍ୟନାଥପୁର ଗ୍ରାମରେ ଗଜଲଷ୍ମୀ ପୂଜା।


ବୌଦ୍ଧ-୨୮-୧୦ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ପଞ୍ଚାୟତର ବୈଦ୍ୟନାଥପୁର ଗ୍ରାମ ଗଜଲଷ୍ମୀ କମିଟି ଆନୁକୂଲ୍ୟରେ ୨୬ ତମ ଗଜଲଷ୍ମୀ ପୂଜା ଶନିବାର ଠାରୁ ଅନୁଷ୍ଠିତ ହେଉଅଛି। ପୂଜକ ବସନ୍ତ ତ୍ରିପାଠୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଭକ୍ତିସିଦ୍ଧାନ୍ତ ଭୋଇ ଓ ସଂଗୀତା ସମର୍ଥା କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ। ସୁଜିତ ଭୁକ୍ତା, ମାନସ ଦନାୟକ, ରାଜେଶ ରାଜହଂସ, ଆୟୁଷ ରାଜହଂସ, ସୀତାରାମ ଭୋଇ, ଆର୍ଯ୍ୟନ ଭୋଇ, ନିହାରିକା ଭୁକ୍ତା, ଶୋଭାଗିନୀ ଭୁକ୍ତା, ପ୍ରିତୀ ପାତ୍ର, ସସ୍ମିତା ମେହେର, ମିକେଶ୍ୱରୀ ମେହେର କଳସ ଯାତ୍ରାରେ ସାମିଲ ହେବା ସହିତ ପୁଜା ପରିଚାଳନାରେ ସହଯୋଗ କରୁଛନ୍ତି। ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ ଜମିଥିଲା।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




