ଖଜୁରିଆପାଲି ଠାରେ ଆଶ୍ୱିନପୂର୍ଣ୍ଣିମା କୁମାରୋତ୍ସବ


ଉଲୁଣ୍ଡା ୨୮/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ଗ୍ରାମରେ ଥିବା ମା କନ୍ଧେନ୍ବୁଢ଼ୀ ଦେବୀ ମନ୍ଦିର ପୀଠରେ ଆଜି ପବିତ୍ର ଆଶ୍ୱିନପୂର୍ଣ୍ଣିମା କୁମାରୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଦେବୀଙ୍କ ଷୋଡଶ ଉପଚାର ପୂଜା କରାଯିବା ସହ ଗମ୍ଭୀରା ଭିତରେ ମା କନ୍ଧେନ ବୁଢ଼ୀ, ଖମ୍ବେଶ୍ୱରୀ ଙ୍କୁ ନୀତି ନିର୍ଘଣ୍ଟ ସହ ପୂଜା କରାଯାଇଥିଲା l ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚଗୀତ ର ଅାୟୋଜନ କରାଯାଇଥିବା ବେଳେ ରାତ୍ରି ସମୟରେ ଦଣ୍ଡରତ୍ନ ବିପିନ ଜାଲଙ୍କ ଦ୍ୱାରା ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା l ପୂଜକ ଜାଗେଶ୍ୱର ମାଝୀ, ଦେବେନ୍ଦ୍ର ମାଝୀ, ଇନ୍ଦ୍ରଜିତ ମାଝୀ, ପିତାମ୍ବର ମାଝୀ, ନିରଞ୍ଜନ ମାଝୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଗୁପ୍ତେଶ୍ୱର ଦେହେରି, ଗଜେନ୍ଦ୍ର ମାଝୀ, ଶରତ ମାଝୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ l ଅଂଚଳବାସୀ ମାଁ କନ୍ଧେନ୍ ବୁଢ଼ୀ ଙ୍କ ବିଭୁକୃପା ଲାଭକରିଥିବା ବେଳେ ସମସ୍ତ ଗ୍ରାମବାସି ସହଯୋଗ କରିଥିଲେ l
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିଉଜ



