ମା ମାହେଶ୍ୱରୀଙ୍କ ଛତର୍ ଯାତ୍ରା ଅବସରରେ ସୁଆଙ୍ଗ ନୃତ୍ୟ ପରିବେଷଣ।

ବୌଦ୍ଧ- ୨୭-୧୦ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ମାକରିକଣ ପୀଠରେ ପୂଜା ପାଉଥିବା ମା ମାହେଶ୍ୱରୀଙ୍କ ଛତର୍ ଯାତ୍ରା ଅନୁଷ୍ଠିତ ହେଉଅଛି। ଯାତ୍ରା ପରିପ୍ରେକ୍ଷୀରେ ମାଙ୍କ ଛତର୍ କୁ ଅଞ୍ଚଳର ବିଭିନ୍ନ ଗ୍ରାମରେ ପରିକ୍ରମା କରାଯାଉଛି। ଶୁକ୍ରବାର ମାଙ୍କ ଛତର୍ ଯାତ୍ରା ବାଉଁଶୁଣି ପଞ୍ଚାୟତର ଯମଘାଟି ଗ୍ରାମରେ ପହଞ୍ଚିଥିଲା।
ବଳରାମ ମହାକୁଳ, ଜ୍ଞାନମିତ୍ର ମହାକୁଳ, ଦଣ୍ଡଧର ପ୍ରଧାନ, ପୁରୁଷୋତ୍ତମ ମହାକୁଳ ପ୍ରମୁଖ ପୂଜକ ମାନେ ପରମ୍ପରା ଓ ରୀତିନୀତି ଅନୁସାରେ ଦେବୀଙ୍କୁ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏଅବସରରେ ଗ୍ରାମରେ ପତର୍ ସଉରା-ସଉରାଣୀ ଓ ଶବର-ଶବରୁଣୀ ଭଳି ସୁଆଙ୍ଗ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ବନମାଳୀ ପ୍ରଧାନ, ବ୍ରହ୍ମା ଦେହୁରୀ, ବାବୁଲା ଯାନୀ, ସନ୍ତୋଷ ନାଏକ ରାମ ପ୍ରଧାନ, ସତ୍ୟ ପ୍ରଧାନ ପ୍ରମୁଖ କଳାକାର ମାନେ ନୃତ୍ୟ
ପରିବେଷଣ କରିଥିଲେ। ଯାତ୍ରା ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ ଜମିଥିଲା। ଯମଘାଟି ଗ୍ରାମର ସମସ୍ତ ଗ୍ରାମବାସୀ ଯାତ୍ରା ଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।