ଆମ ଓଡିଶା ନବୀନ ଓଡିଶା ” ମାନିଆରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସମାରୋହ !


ତିର୍ତ୍ତୋଲ :- ଜଗତସିଂହପୁର ଜିଲ୍ଲାର ଆଠଗୋଟି ବ୍ଲକ ରେ ତଥା ଚାରିଗୋଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କରାଯାଇଥିଲା ନୂତନ ପ୍ରକଳ୍ପର ଉଦ୍ଘାଟନୀ ସମାରୋହ ! ପ୍ରତି ବ୍ଲକରେ ବିଜୁ ଜନତା ଦଳ ର ଆଗଧାଡିର ନେତାମାନେ ଏହି ସଭାର ଆୟୋଜକ ଥିବାବେଳେ ସହଯୋଗ କରିଥିଲେ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ଅଗ୍ନିଶମ ବାହିନୀ ! ଆଗାମୀ ବର୍ଷ ନିମନ୍ତେ ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ କୋଟି କୋଟି ଟଙ୍କାର ପ୍ରୋଜେକ୍ଟ ଘୋଷଣା କରିବାକୁ ଥିବାବେଳେ ଜଗତସିଂହପୁର ଜିଲ୍ଲା ପାଇଁ ଅକ୍ଟୋବର ୨୬ ତାରିଖରେ ୯୯ କୋଟି ଟଙ୍କାର ପ୍ରୋଜେକ୍ଟ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ! ଜିଲ୍ଲାର ଆଠଟି ବ୍ଲକରେ ହଜାର ହଜାର ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଉଦଘାଟନ ସମାରୋହ କୁ ଉପଭୋଗ କରିଥିବାର ଦେଖାଯାଇଥିଲା ! ଜଗତସିଂହପୁର ରୁ ପ୍ରଶାନ୍ତ କୁମାର ମୁଦୁଲି, ପାରାଦ୍ୱୀପ ରୁ ସମ୍ବିତ ରାଉତରାୟ, ତିର୍ତ୍ତୋଲ ରୁ ବିଜୟ ଶଙ୍କର ଦାସ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ଜଗତସିଂହପୁର ରୁ ଜିଲ୍ଲା ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ ଘୋଷିତ ପ୍ରକଳ୍ପ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହିତ ପ୍ରତି ନିର୍ବାଚନ ମଣ୍ଡଳୀର ବିଧାୟକ, ବ୍ଲକ ସଭାପତି, ବ୍ଲକ ଅଧ୍ୟକ୍ଷ ଏବଂ ଜନ ପ୍ରତିନିଧି ମାନେ ନିଜନିଜର ପ୍ରତିକ୍ରିୟା ପ୍ରଦାନ କରିଥିଲେ !! ଉପସ୍ଥିତ ମହିଳା ମାନଙ୍କର ହୁଳହୁଳି ଧ୍ୱନିରେ ସଭାସ୍ଥଳ ଉଛୁଳି ଉଠୁଥିବାର ପରିଲକ୍ଷିତ ହେଉଥିଲା ! ବିଶେଷ କରି ତିର୍ତ୍ତୋଲ ବ୍ଲକ ସଭାପାଇଁ ପ୍ରମୁଖ ଭୂମିକାରେ ଥିଲେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ସମସ୍ତ ଜୋନ ର ଜିଲ୍ଲାପରିଷଦ !
ଏହା ବ୍ୟତୀତ ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ୱାର୍ଡ ସଭ୍ୟ ସଭ୍ୟା, ମିଶନ ଶକ୍ତି ମହିଳା ମାନେ ଯୋଗଦେଇ ଥିବାର ଦେଖା ଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




