Country

ଗିଧାମାଳ ଗ୍ରାମରେ ନାଗବାଚା ଯାତ୍ରା ଅନୁଷ୍ଠିତ।

 

 

କଣ୍ଟାମାଳ, ତା୨୬।୧୦(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତ ଅନ୍ତର୍ଗତ ଗିଧାମାଲ ଗ୍ରାମରେ ନାଗବାଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପୂଜକ ମଙ୍ଗଳୁ ମାଝୀ ପୂଜାର୍ଚ୍ଚନା କରିଥିଲେ l ଲୋକଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ଦେବୀ ପାର୍ବତୀ ଓ ଭାଗବାନ ଶିବଙ୍କୁ ଉପାସନା କରି ନାଗ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ଗ୍ରାମବାସୀ l ଲୋକଙ୍କୁ ବିଷଧର ସାପ କିମ୍ବା ବିଷାକ୍ତ ସରୀସୃପ ଆକ୍ରମଣ କରିଥାଉ ମା’ ଙ୍କ ଆଶୀର୍ବାଦ ଲାଭକରି ସେସବୁର ଉପଚାର କରିଥାନ୍ତି l ଆସ୍ଥା ଓ ବିଶ୍ୱାସରେ ଲୋକଙ୍କ ଦୁଃଖ ଦୂର ହେବା ସହିତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି l ଏହି ଯାତ୍ରା ମହାଆଡମ୍ବର ସହକାରେ ପାଳନ କରାଯାଇଥିଲା l ଭୋଗ ରାଗ ନେଇ ଢୋଲ ମହୁରୀର ତାଲେ ତାଲେ ନାଗ ଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ l ଉତ୍ସବରେ ଆଖପାଖ ଗ୍ରାମର ବହୁ ଭକ୍ତ ଯୋଗଦେଇ ଗୁହାରି କରିଥିଲେ l ବିଶ୍ୱାସ ରହିଛି ନାଗ ଦେବତାଙ୍କୁ ପୂଜାକଲେ ମନସ୍କାମନା ପୂର୍ଣ୍ଣ ହେବା ସହ ପରିବାର ନିରୋଗୀ ହୋଇଥାଏ l ପୂଜା ଶେଷରେ ଭକ୍ତମାନେ ବିଷ ଲଡୁ ଭକ୍ଷଣ କରିଥିଲେ l ଏହା ଦ୍ୱାରା ବିଷାକ୍ତ ସାପ ଦଂଶନରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ଭକ୍ତମାନଙ୍କ ମନରେ ରହିଛି l କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା ଏବଂ ସରପଞ୍ଚ ଚୁମକି ଭୋଇ ଉପସ୍ଥିତ ଥିଲେ ନାଗ ଦେବତାଙ୍କୁ ଦର୍ଶନ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button