କଣ୍ଟାମାଳ ବ୍ଳକ ଛକର ଶାରଦୀୟ ପୂଜା ରେ ଅଷ୍ଟପ୍ରହରୀ ନାମଯଜ୍ଞ


କଣ୍ଟାମାଳ, ତା୨୫/୧୦ (ପ୍ରଭାତ କୁମାର ସାହୁ)ଶାରଦୀୟ ଦୁର୍ଗା ପୂଜା ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଛକ ଜୀବନ ଜ୍ୟୋତି କ୍ଲବ ଆନୁକୂଲ୍ୟରେ ଆୟୋଜିତ ଅଷ୍ଟପ୍ରହରୀ ନାମଯଜ୍ଞ ଆଜି ପୂର୍ଣ୍ଣାହୁତି ହୋଇଯାଇଛି l ବୁଧବାର ସକାଳୁ ବ୍ଲକ ଛକ ନିକଟସ୍ଥ ଦେଉଳଡୁଙ୍ଗୁରି ବନ୍ଧରୁ କଳସରେ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ ପରେ ନମସଂକୀର୍ତ୍ତନ ଆରମ୍ଭ ହୋଇଥିଲା l ଏଥିରେ ପ୍ରଭାସ ମିଶ୍ର ସପତ୍ନୀକ କର୍ତ୍ତା ଦାଇତ୍ୱ ତୁଲାଇଥିବା ବେଳେ ସୁବାସ ରଥ ପୂଜା ଦାୟିତ୍ୱ ତୁଲାଇଥିଲେ l ବିଭିନ୍ନ ଅଂଚଳର ମୋଟ ୧୨ଟି ଉଭୟ ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳ ଭାଗନେଇ ସୁନ୍ଦର ନୃତ୍ୟ ସହ ଭିନ୍ନ ଭିନ୍ନ ସଂଗୀତର ସ୍ୱର ମାଧ୍ୟମରେ ରାମ ନାମ ଗାନ କରିଥିଲେl ସନ୍ଧ୍ୟା ଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପ୍ରବଳ ସମାଗମ ହୋଇଥିଲା l ଶୃଙ୍ଖଳା ଦୃଷ୍ଟିରୁ ଜନସମୁଦ୍ର କୁ ନିୟନ୍ତ୍ରଣ ପାଇଁ ଜୀବନ ଜ୍ୟୋତି କ୍ଲବ ର ସମସ୍ତ ସଦସ୍ୟ ଏବଂ ସ୍ଥାନୀୟ ପୋଲିସ ସଜାଗଥିଲେ l

କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




