Country

କୋଟସମଲାଇ ରେ ୪୯ତମ ଦୁର୍ଗାପୂଜା ଅନୁଷ୍ଠିତ

 

ଉଲୁଣ୍ଡା ୨୬/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଠାରେ ରଘୁନାଥ ଯୁବକ ସଂଘ ଆନୁକୂଲ୍ୟରେ ୪୯ତମ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି।୨୧ ତାରିଖ ରେ ଅଧିବାସ ଓ କଳଶ ଶୋଭାଯାତ୍ରା ,୨୨ ରେ ଅଷ୍ଟମୀ ପୂଜା,୨୩ ରେ ମାଁ ଙ୍କ ଶାରଦୀୟ ପୂଜା,୨୪ ରେ ଦଶହରା ଓ ୨୫ ରେ ଜଗତଜନନୀ ମାଁ ଦୁର୍ଗାଙ୍କ ଭଷାଣୀ ଉତ୍ସବ ସହ ଗାଁ ପରିକ୍ରମା କରାଯାଇଥିଲା।ଏହି ପୂଜା ୫ ଦିନ ଧରି ମହାସମାରୋହରେ ପାଳିତ ହୋଇଥିଲା।ଏହି ପୂଜା ରେ ପୂଜକ ଭାବରେ ଦେବାର୍ଚ୍ଚନ ଦାଶ କାର୍ଯ୍ୟ ତୁଲାଇଥିଲେ।ଏହି ଅବସରରେ ରାତିରେ ସଂକୀର୍ତ୍ତନ ବୈଠକି କାର୍ଯ୍ୟକ୍ରମ, କଳାଜିବୀ ଡାନ୍ସ ଗ୍ରୁପ ବରଗଡ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଶହଶହ ଭକ୍ତ ଙ୍କ ସମାଗମ ହୋଇଥିଲା।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button