Country
ନବ ନିର୍ମିତ ଗୁପ୍ତେଶ୍ୱର ମନ୍ଦିର ର ରତ୍ନମୁଦ ସ୍ଥାପନ


ଉଲୁଣ୍ଡା ୨୬/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଦେୱ।ନ ପାଲି ସ୍ଥିତ ଖୁଣ୍ଟଲାଦର୍ହ ଠାରେ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବା ବିକାଶ ଟ୍ରଷ୍ଟ ଦେୱ।ନ ପାଲି ଆନୁକୂଲ୍ୟରେ ଆଜି ନବ ନିର୍ମିତ ଗୁପ୍ତେଶ୍ୱର ମନ୍ଦିର ର ଶିର୍ଷ ଚୂଡାରେ ପଞ୍ଚଶସ୍ୟ ପଞ୍ଚଧାତୁ ପଞ୍ଚରତ୍ନ ଦେଇ ପୂର୍ଣ୍ଣାଙ୍ଗ ଚୂଡା ନିର୍ମାଣ ଓ ଘୃତଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ
ବିଜୟ କୁମାର ପଣ୍ଡା ପୂଜାର୍ଚ୍ଚନା କରିଥିବା ବେଳେ ଯଜ୍ଞ ମଣ୍ଡପ ରେ ବଦ୍ରିନାରାୟଣ ଶତପଥୀ ଓ
ରଞ୍ଜିତା ଶତପଥୀ,ଜମ୍ବେଶ୍ଵର କୁମୁରା ଓ ରାଜେନ୍ଦ୍ରି କୁମୁରା କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ଏହି ଅବସରରେ ଘୃତ ଯଜ୍ଞ,ସୁନ୍ଦରାକାଣ୍ଡ ପାରାୟଣ, ସଂକୀର୍ତ୍ତନ ବୈଠକି କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇଥିଲା।ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁକୃପା ସାଉଁଟି ଥିଲେ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




