Country

ମହାମାୟୀ ଦୁର୍ଗାପୂଜା ପ୍ରତିଷ୍ଠାନ,କଳାଙ୍ଗ,ଢେଙ୍କାନାଳ,ସୁବର୍ଣ୍ଣ ଜୟନ୍ତୀ ପାଳିତ 

ମହାମାୟୀ ଦୁର୍ଗାପୂଜା ପ୍ରତିଷ୍ଠାନ, କଳାଙ୍ଗ, ଢେଙ୍କାନାଳ,ସୁବର୍ଣ୍ଣ ଜୟନ୍ତୀ ପାଳିତ ।

 

ଭାପୁର: ତା.୨୪.୧୦.୨୦୨୩ ରିଖ:ମହାମାୟୀ ଦୁର୍ଗାପୂଜା ପ୍ରତିଷ୍ଠାନ,କଳାଙ୍ଗ ଆନୁକୂଲ୍ୟରେ ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷ୍ୟେ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସଭାପତି ଅଧିର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ତଥା ପୂର୍ତ୍ତ ବିଭାଗ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଦୁର୍ଗାପୂଜାର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ଗାଁର ସର୍ବାଙ୍ଗୀନ ବିକାଶରେ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତା ଅତିଥି ରୂପେ ହିନ୍ଦୋଳର ମାନ୍ୟବର ବିଧାୟିକା ସୀମାରାଣୀ ନାୟକ କଳାଙ୍ଗ ଗ୍ରାମପଞ୍ଚାୟତ ଓ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ଓ ବହୁମୁଖୀ ବିକାଶ ଦିଗରେ ତାଙ୍କର ଚେଷ୍ଟା ଅବ୍ୟାହତ ରହିବ ବୋଲି ନିଜ ଅଭିଭାଷଣରେ କହିଥିଲେ।ମୁଖ୍ୟବକ୍ତା ଭାବରେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ବିରଞ୍ଚି ନାରାୟଣ ସାମଲ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଦୁର୍ଗାପୂଜା ପ୍ରତିଷ୍ଠାନର ପଚାଶ ବର୍ଷ ପୂର୍ତ୍ତି ଦିଗରେ ଦେବୀପୂଜାର ନିରବଚ୍ଛିନ୍ନ ଉଦ୍ୟମକୁ ଉପସ୍ଥାପନ କରିବା ସହ ଶାରଦୀୟ ଦୁର୍ଗାପୂଜାର ବିଶେଷତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ।ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ସଭାପତି ଅଧିର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟତମ ଅତିଥି ରୂପେ ଅନୁଷ୍ଠାନର ପୂର୍ବତନ ବରିଷ୍ଠ ସଭାପତି ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ଅନୁଷ୍ଠାନର ଦୀର୍ଘ ପଚାଶ ବର୍ଷର ଦିବ୍ୟ ଅନୁଭୂତିର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ପ୍ରଥମ ଉଦ୍ୟୋକ୍ତା ଚୈତନ୍ୟ ସାମଲ,ଲିଙ୍ଗରାଜ ସାମଲ ଓ ଶୁକଦେବ ସାମଲଙ୍କ ବଳିଷ୍ଠ ଉଦ୍ୟମରେ ଏହି ଅନୁଷ୍ଠାନ ଆଜି ପଚାଶ ବର୍ଷରେ ପଦାର୍ପଣ କରିପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ରାଜ କିଶୋର ସାହୁ ଯୋଗଦାନ କରିଥିଲେ ।ଶହଶହ ଜନସାଧାରଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ।ଉତ୍ସବର ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପକ ସୁଜିତ କୁମାର ସାମଲ ଓ ଅଭିରାମ ସାମଲ ।ପ୍ରଫୁଲ୍ଲ କୁମାର ସାହୁ,ଶିଶିର କୁମାର ସାମଲ,ଅନିରୁଦ୍ଧ ସାମଲ,ବାନାମ୍ବର ସାମଲ,ମନୋଜ ବେହେରା,ସମୀର କୁମାର ସାମଲ,ପ୍ରାକ୍ତନ ଡ଼ା.ଉମେଶ କୁମାର ସିଂ ଓ ମାନସ କୁମାର ସାମଲ ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button