Religion

ମହ।ପୁଋଷ ହାଡିବନ୍ଧୁ ଦାସ ମହାରାଜ ଙ୍କ ବ୍ରହ୍ମ ଲିନ ଦିବସ ପାଳିତ।

ମହ।ପୁଋଷ ହାଡିବନ୍ଧୁ ଦାସ ମହାରାଜ ଙ୍କ ବ୍ରହ୍ମ ଲିନ ଦିବସ ପାଳିତ।

ଛତିଆ; ୨୫।୧୦,( ଆ; ପ୍ର) ଛତିଆ ନିକଟସ୍ଥ ଗୋବିନ୍ଦ ପୁର ସ୍ଥିତ ସିଦ୍ଧ ଶୈଳ ନିବାସୀ ଅବଧୂତ ମହାତ୍ମା ମହାପୁରୁଷ ହାଡିବନ୍ଧୁ ଦାସ ଙ୍କ ୭୬ ତମ ବ୍ରହ୍ମେ ଲୀନ ଦିବସ ସିଦ୍ଧ ଗିରୀ ଆଶ୍ରମ ପକ୍ଷରୁ ପାଳିତ ହୋଇଯାଇ ଅଛି। ବ୍ରାହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ, ନହ ବତ ଗୀତା, ପ୍ରାତଃ ବିନତି ସୂର୍ଯ୍ୟ ପୂଜା, ଗୁରୁ ପୂଜା, ହୋମ୍ ଯଜ୍ଞ, ଗୀତା ଜ୍ଞାନ ଯଜ୍ଞ, ରାସ ଲୀଳା , ଧର୍ମ ସଭା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଆଶ୍ରମ ର ମହନ୍ତ ବାବାଜୀ ବିଶ୍ଵ ନାଥ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇ ଥିଲା। ଉକ୍ତ ଧର୍ମ ସଭାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ଅଧିବକ୍ତା ଗଣେଶ ପ୍ରସାଦ ମହାନ୍ତି,ଅଗସ୍ତି କାନୁନ୍ ଗୋ,ପ୍ରସନ୍ନ କୁମାର କାନୁନ୍ ଗୋ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଭାଗ୍ୟଧର ଶତପଥି,ଗାୟକ ସୁଧାକର ଲିଙ୍ଗ ରାଜ ବେହେରା, ଡଃ ଶିଶିର ବେହେରା, ଆକାଶ ବାଣୀ କଟକ ର ଅବସର ପ୍ରାପ୍ତ ନିର୍ଦ୍ଦେଶକ ହୃଷି କେଶ୍ ନାଥ,ଗୀତା ବ୍ୟାସ ପୁରୁଷୋତ୍ତମ ନାୟକ,ବାବା ଭାବଗ୍ରାହୀ ଦାସ, ବାବା ବବନ୍ ଦାସ ଅତିଥି ଭାବେ ଯୋଗ ଦେଇ ଥିଲେ।

ଅନ୍ୟପକ୍ଷରେ ପୀଠ ଦେବୀ ମା ସିଦ୍ଧେଶ୍ୱର ପୂର୍ଣ୍ଣ ମାସି ଙ୍କ ଶାରଦୀୟ ପାର୍ବଣ ପୂଜା ପାଞ୍ଚ ଦିନ ବ୍ୟାପୀ ଯଥା ବିଧିରେ ଅନୁଷ୍ଠିତ ହୋଇ ଯାଇଛି । କର୍ତ୍ତା କର୍ତ୍ତୀ ଭାବେ ଚନ୍ଦ୍ର ଶେଖର ବିଶ୍ଵାଳ ଓ ତାଙ୍କ ଧର୍ମ ପତ୍ନୀ ଆହୁତି ପ୍ରଦାନ କରିଥିବା ବେଳେ ପଣ୍ଡିତ ନବରତ୍ନ ତରୁଣ ତପନ ତ୍ରିପାଠୀ ଓ ଅନ୍ୟ ପଣ୍ଡିତ ମାନଙ୍କ ବେଦ ମନ୍ତ୍ର ରେ ଆଶ୍ରମ ପରିସର ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button