Education
କମିରା ଗ୍ରାମରେ ବାଳିକା ମେଳା ଅନୁଷ୍ଠିତ।


– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗ୍ରାମ ଠାରେ ବାଳିକା ମେଳା ଅନୁଷ୍ଠିତ ହୋଯାଇଅଛି। ସୂଚନା ଅନୁସାରେ ବୀରମହାରାଜପୁର ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଏଲଏସ୍ କୁନୁ ବଡମାଳିଙ୍କ ତତ୍ତ୍ୱ।ବଧାନରେ କିଶୋରୀ ବାଳିକାମାନଙ୍କୁ ନେ଼ଇ ଏହି ମେଳା ଅନୁଷ୍ଠିତ ହୋଇଥିଲା। ସେମାନଙ୍କର ଶାରୀରିକ ଅଭିବୃଦ୍ଧି ଏପରିକି ମାନସିକ ଅଭିବୃଦ୍ଧି କିଭଳୀ ଉନ୍ନତ ହେବ ସେନେଇ ସୁପରଭାଇଜର୍ କୁନୁ ବଡ଼ମାଳି କାର୍ଯକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ବୁଝାଇ ଥିଲେ। ଆଖ ପାଖ ଅଞ୍ଚଳର ଅଙ୍ଗନୱାଡ଼ି କର୍ମୀ, ଏସ୍ଏଚଜି ଦଳର ମହିଳା ଓ ଗ୍ରାମର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି।
ବୀରମହାରାଜପୁର ରୁ ତ୍ରିଲୋଚନ ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ news।




