Country

ବି.ବି.ହାଇସ୍କୁଲ୍ ର ପ୍ରାକ୍ତନ ହସ୍ତଶିଳ୍ପଧନ୍ଦା, କ୍ରାଫ୍ଟଶିକ୍ଷକ ଆନନ୍ଦ ମହାରଣାଙ୍କ ବିୟୋଗ।

 

ଢେଙ୍କାନାଳ:ତା.୨୪.୧୦.୨୦୨୩ରିଖ:( )ଶତାୟୁ , ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ , ଢ଼େଙ୍କାନାଳର ପ୍ରାକ୍ତନ ହସ୍ତଶିଳ୍ପଧନ୍ଦା,କ୍ରାଫ୍ଟ୍ ଶିକ୍ଷକ ସାରିଓଁ ଗ୍ରାମରେ ଜନ୍ମିତ,ଢେଙ୍କାନାଳ ଟାଉନ ଦେଉଳ ସାହି,ଜେଲ୍ ରୋଡ଼ ନିବାସୀ ଆନନ୍ଦ ମହାରଣାଙ୍କ ୮୨ ବର୍ଷ ବୟସରେ ରାତ୍ର ୨ଘଟିକା ୩୫ ମିନିଟ୍ ସମୟରେ ନିଜସ୍ଵ ବାସଭବନରେ ଦୁଃଖଦ ମହାପ୍ରୟାଣ ହୋଇଯାଇଛି।ସେ ରାଜ୍ୟ ମାଧ୍ୟମିକ ସରକାରୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖାର ପ୍ରାକ୍ତନ ଅନ୍ୟତମ ସଦସ୍ୟ,ପ୍ରଖ୍ୟାତ ଶିଳ୍ପୀ ଥିଲେ ।ତାଙ୍କର ସ୍ୱ ହସ୍ତ ନିର୍ମିତ ବିଜ୍ଞାନ ପ୍ରକଳ୍ପଗୁଡ଼ିକ ବିଦ୍ୟାଳୟ,ବ୍ଲକ୍,ଜିଲ୍ଲା,ରାଜ୍ୟ, ପୂର୍ବ ଭାରତ ବିଜ୍ଞାନ ମେଳା,କଲିକତା ଓ

ଭାରତର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ମେଳା ସବୁରେ କ୍ରମାଗତ ଭାବରେ ପ୍ରତ୍ୟେକ ବର୍ଷ ଯୋଗଦାନ କରି ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ସଫଳ ଭାବରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହେବା ସଙ୍ଗେ ସଙ୍ଗେ ପ୍ରଶଂସା ପତ୍ର,ପୁରସ୍କାର ପାଇ ବିଦ୍ୟାଳୟର ଗୌରବ ବୃଦ୍ଧି କରିବାକୁ ସମର୍ଥ ହୋଇ ପାରିଥିଲା।ସେ ଜଣେ ଅତ୍ୟନ୍ତ ସଦଗୁଣଧାରୀ,ସ୍ନେହୀ, ଅମାୟିକ,ପରୋପକାରୀ, ଧର୍ମପ୍ରାଣ,ହେତୁବାଦୀ,ବିଜ୍ଞାନମନସ୍କ ଓ ନିର୍ଭୀକ ପୁରୁଷ ଭାବରେ ସର୍ବଜନାଦୃତ ହୋଇ ଅମରତ୍ୱ ଲାଭ କରିଛନ୍ତି।ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ହତଭାଗ୍ୟା ସହଧର୍ମିଣୀ କମଳା

ମହାରଣା,ଶାଳକ ବିରଞ୍ଚି ମହାପାତ୍ର,ବାପୁ ମହାପାତ୍ର,ପୁତୁରା ହିମାଂଶୁ ମହାପାତ୍ର,ଏକମାତ୍ର ଭଣଜା ବିଭୁ ପ୍ରସାଦ ମହାରଣା,ହତଭାଗ୍ୟ କନିଷ୍ଠ ଭ୍ରାତା ଘନଶ୍ୟାମ ମହାରଣା,କନିଷ୍ଠ ଭ୍ରାତା ବଧୂ ଜସ୍ମିନ୍ ମହାରଣା,କନିଷ୍ଠ ଭଉଣୀ ବିକ୍ରିକର କାର୍ଯ୍ୟାଳୟରେ କାର୍ଯ୍ୟରତା ବିନୋଦିନୀ ମହାରଣା, ଜ୍ୟେଷ୍ଠପୁତ୍ର ଦୟାନିଧି ମହାରଣା,ଜ୍ୟେଷ୍ଠ ପୁତ୍ରବଧୂ କୁନି ମହାରଣା,ମଧ୍ୟମ ପୁତ୍ର କମ୍ପାନୀ କର୍ମଚାରୀ ପ୍ରଶାନ୍ତ କୁମାର ମହାରଣା ଓ ମଧ୍ୟମ ପୁତ୍ରବଧୂ ଅବନ୍ତୀ ମହାରଣା,କନିଷ୍ଠ ପୁତ୍ର ସି.ଆର୍.ପି.ଏଫ୍ ଜବାନ୍ ବିଦ୍ୟାଧର ମହାରଣା ଓ କନିଷ୍ଠ ପୁତ୍ର ବଧୂ ପ୍ରାଥମିକ ବିଦ୍ୟାଳୟ,ଶିକ୍ଷୟିତ୍ରୀ ଅନସୂୟା ମହାରଣା, ପୁତୁରା ଜ୍ଞାନଚାନ୍ଦ ମହାରଣା,ପୁତୁରା ବୋହୂ ରୁନା ମହାରଣା ,ଝିଆରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ,ଜୋଇଁ ହେମନ୍ତ ମହାରଣା, ଶ୍ରାବଣୀ ମହାରଣା,ନାତୁଣୀ ଦୀଶା ମହାରଣା ,ନାତି ସୋମୁ ମହାରଣା,ସୂର୍ଯ୍ୟପ୍ରକାଶ ମହାରଣା,ଜ୍ୟେଷ୍ଠ ଜ୍ୱାଇଁ ପ୍ରାକ୍ତନ ଏମ.ସି.ଏଲ୍,ତାଳଚେରର ଅବସରପ୍ରାପ୍ତ ମେକାନିକାଲ ଫୋର୍ ମ୍ୟାନ କର୍ମଚାରୀ ରବି ନାରାୟଣ ମହାରଣା ଓ ଜ୍ୟେଷ୍ଠ।କନ୍ୟା ଲକ୍ଷ୍ମୀପ୍ରିୟା ମହାରଣା,ଅନ୍ୟତମ ଜ୍ୱାଇଁ ଅବସର ପ୍ରାପ୍ତ ସରକାରୀ ବିଦ୍ୟାଳୟ ଶିକ୍ଷକ ଶରତ ମହାରଣା ଓ କନ୍ୟା ଶିକ୍ଷୟିତ୍ରୀ ସରସ୍ଵତୀ ମହାରଣା,ନାତି ମାନଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ମହାରଣା, ଗାୟତ୍ରୀ ମହାରଣା, କୃଷ୍ଣପ୍ରିୟା ମହାରଣା,ଲକ୍ଷ୍ମୀଧର ମହାରଣା,ଶୁଭଶ୍ରୀ ମହାରଣା,ଦୀପକ ସେନାପତି,ପୁନେ ଠାରେ ଥିବା ସଫ୍ଟୱେୟାର ଇଂଜିନିୟର ରୁଦ୍ରନାରାୟଣ ମହାରଣା,ଇଲେକ୍ଟ୍ରି କାର୍ଯ୍ୟାଳୟରେ କାର୍ଯ୍ୟରତ ଦୀପକ ମହାରଣା ଓ ନାତି ବଧୂ ମଧୁସ୍ମିତା ମହାରଣା,ସରକାରୀ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଦେବାଶିଷ ମହାରଣା,ଦେବଜିତ୍ ମହାରଣା,ଅଭିଜିତ ମହାରଣା ଓ ନାତୁଣୀ ମାନଙ୍କ ମଧ୍ୟରେ ଲୋପାମୁଦ୍ରା ମହାରଣା,ନାତୁଣୀ ଜୋଇଁ ଯୋଶୋବନ୍ତ ମହାରଣା,ସୁଚିଶ୍ମିତା ମହାରଣା ଓ ପ୍ରୀତିସ୍ମିତା ମହାରଣା,ଅଣ ନାତୁଣୀ ପାବନି ପ୍ରିୟଦର୍ଶିନୀ ମହାରଣା,ପୁତୁରା ହିମାଂଶୁ ମହାପାତ୍ର ପ୍ରମୁଖ ଗୃହର ସଦସ୍ୟା,ସଦସ୍ୟ ବୃନ୍ଦ ଓ ଅନେକ ଅନେକ ଶୁଭେଚ୍ଛୁ ଅନ୍ତିମ ଦର୍ଶନ କରିବା ସଙ୍ଗେ ସଙ୍ଗେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ବନା ପ୍ରଦାନ କରିଥିଲେ।ସ୍ଥାନୀୟ ମହିଷାପାଟ୍ ସ୍ଥିତ ଶ୍ମଶାନରେ ମହାରଣା ସାର୍ ଙ୍କ ଶେଷକୃତ୍ୟ ସମ୍ପାଦନ କରାଯାଇଥିଲା।ତାଙ୍କର ଜ୍ୟେଷ୍ଠ ପୁତ୍ର ଦୟାନିଧି ମହାରଣା ମୁଖାଗ୍ନି ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ,ପ୍ରିୟ ପ୍ରାକ୍ତନ ଛାତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ,ଡ଼ା.ଦେବୀ ପ୍ରସାଦ ମିଶ୍ର, ଦିଲ୍ଲୀପ ମିଶ୍ର,ଗୁପ୍ତେଶ୍ୱର ମିଶ୍ର,ଡାକ୍ତର ପ୍ରଫୁଲ୍ଲ କୁମାର ଦାଶ, ସଚ୍ଚିଦାନନ୍ଦ ତ୍ରିପାଠୀ,ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ରାମଚନ୍ଦ୍ର ପାତ୍ର,କପିଳ ବେହେରା,ପୀତବାସ ଜେନା,ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ଦୀଲ୍ଲେଶ୍ୱର ମହାରଣା ପ୍ରମୁଖ ବହୁ ସଂଖ୍ୟାରେ ପ୍ରାକ୍ତନ ଛାତ୍ର,ଶିକ୍ଷକ ଓ ଅନେକ ଶୁଭେଚ୍ଛୁ ମହାରଣା ସାରଙ୍କ ଅନ୍ତିମ ଦର୍ଶନ କରିଥିଲେ, ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରି ଶବ ଶୋଭାଯାତ୍ରାରେ ଯୋଗଦାନ କରିଥିଲେ।ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ଯଥାବିଧି ସମ୍ପନ୍ନ କରାଯାଇଥିଲା।ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ସହକାରୀ ଶିକ୍ଷକ ଭାବରେ ମୁଁ ଡ଼ା. ଦେବୀ ପ୍ରସାଦ ମିଶ୍ର ବ୍ୟକ୍ତିଗତ ଭାବରେ ଓ ବି. ବି. ହାଇସ୍କୁଲ୍ ପକ୍ଷରୁ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରୁଛି।ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହାହିଁ କାମନା କରୁଛି।ଏହି ଅବସରରେ ଢେଙ୍କାନାଳ ମାନ୍ୟବର ସାଂସଦ ମହେଶ ସାହୁ,ମାନ୍ୟବର ବିଧାୟକ ସୁଧୀର କୁମାର ସାମଲ,ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର,ଜନପ୍ରିୟ ନେତା ତଥା ସମାଜସେବୀ ଦେବୀ ପ୍ରସାଦ ଭୂତିଆ,କାଉନସିଲର ସସ୍ମିତା ଭଞ୍ଜ,ସମାଜସେବୀ ମୁରଲୀ ଭଞ୍ଜ,ଅଜୟ ଭଞ୍ଜ, ସଞ୍ଜୟ କୁମାର ଭଞ୍ଜ,ବି.ବି.ହାଇସ୍କୁଲ୍ ର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାରଙ୍ଗଧର ସାହୁ,କାଉନସିଲର ଅଭିମନ୍ୟୁ ପଣ୍ଡା,ପ୍ରାକ୍ତନ ଛାତ୍ର ସମାଜସେବୀ ଇଂଜିନିୟର ଦେବାଶିଷ ହୋତା ,ସମାଜ ସେବୀ ରାମଚନ୍ଦ୍ର ପାତ୍ର,ନାରୀ ନେତ୍ରୀ ମନୋରମା ସିଂହ,ସମାଜସେବୀ ପୁଷ୍ପାଞ୍ଜଳି ଜେନା,ଜ୍ଞାନଚାନ୍ଦ ମିଶ୍ର, ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପ୍ରଭାସିନୀ ମହାଖୁଡ,ବର୍ତ୍ତମାନର ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ଼ଃ ପୁଷ୍ପଲତା ରଥ ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ କବି ବାହାଦୂର ପାଟସାହାଣୀ,ଡ଼ା ଦେବୀ ପ୍ରାସାଦ ମିଶ୍ର,ଡ଼ଃ ଅନୁପମା ମିଶ୍ର,ପ୍ରଧାନ ଶିକ୍ଷକ ଇତିଶ୍ କୁମାର ବରାଳ, ପ୍ରାଧ୍ୟାପକ ଡ଼ଃ ନିର୍ମଳ ସୁନ୍ଦର ମିଶ୍ର,ସ୍ଵର୍ଣ୍ଣମୟୀ ଶତପଥୀ, ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ,ଅବସରପ୍ରାପ୍ତ ସିବିଆଇ ବିଚାରପତି ଭିକାରୀ ଚରଣ ରାଉତ ଓ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ,ନେତାଜୀ କ୍ଲବ୍ ଓ ବଜରଙ୍ଗ କ୍ଲବ୍ ର ସଭ୍ୟା,ସଭ୍ୟ ପ୍ରମୁଖ ତାଙ୍କର ଅସଂଖ୍ୟ ଶୁଭେଚ୍ଛୁ ଓ ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଯୋଗ ଗୁରୁ ପ୍ରଳୟ କୁମାର ଦାସ,ରାଜେନ୍ଦ୍ର ପାଣି, ପ୍ରଦୀପ୍ତ ତ୍ରିପାଠୀ,ସତ୍ୟନାରାୟଣ କର,ସମୀର ପରିଡ଼ା, ରାଜୀବ ଲୋଚନ ମାହୁନ୍ତ ଗଭୀର ଦୁଃଖ ଓ ସମବେଦନା ଜଣାଇଥିଲେ ଓ ତାଙ୍କ ମର ଶରୀରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ସେଥିପାଇଁ ତାଙ୍କର ଶବାଧାରକୁ ବିଦ୍ୟାଳୟର ମୁଖ୍ୟ ଫାଟକ ନିକଟକୁ ଅଣାଯାଇ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ସେହି ସମୟରେ “ଆମରି ପ୍ରିୟ, ତୁମରି ପ୍ରିୟ,ସବୁରି ପ୍ରିୟ ସାର୍ ଆନନ୍ଦ ମହାରଣା ସାର୍ ଅମର ରହେ” ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇଯାଇଥିଲା।ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ଼ଃ ଅନୁପମା ମିଶ୍ର,ଧ୍ୟାନଚାନ୍ଦ ମିଶ୍ର,ସ୍ଵର୍ଣ୍ଣମୟୀ ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ,ସୁନୀତା ନାଥ,କିଶୋର ଚନ୍ଦ୍ର ସାମଲ, ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର,କିରଣମୟୀ ମହାଳିକ,ଦୀପ୍ତିଶ କୁମାର ଶତପଥୀ,କଲ୍ୟାଣୀ ବଡ଼ଜେନା,ସ୍ମିତିସୁଧା ଜେନା, ଅନିତା ସାହୁ,ସ୍ମିତା ପଟ୍ଟନାୟକ,ପ୍ରଫୁଲ୍ଲ କୁମାର ବିଶ୍ବାଳ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା, ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି।ତାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢ଼େଙ୍କାନାଳର ପ୍ରାର୍ଥନା ସଭାରେ ଆନନ୍ଦ ସାରଙ୍କ ସ୍ମୃତି ଆଲୋଚନାଚକ୍ର ଓ ତାଙ୍କର ଅମର ଆତ୍ମାର ସଦ୍ ଗତି ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ 

 

 

Related Articles

Back to top button