Country
ଦ୍ୱାଦଶ କୁଞ୍ଜ ଅଷ୍ଟପ୍ରହରି ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ସହ ଶୁଭ ସ୍ତମ୍ଭ ସ୍ଥାପନ।


ବୌଦ୍ଧ-୨୪-୧୦ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ଦହ୍ୟା ପଞ୍ଚାୟତ ନୂଆପାଲି-ପଦ୍ମପୁର ସଂଲଗ୍ନ ନାମଯଜ୍ଞ ପଡିଆ ଠାରେ ଆସନ୍ତା ମାର୍ଗଶିର ମାସରେ ଦ୍ଵାଦଶ କୁଞ୍ଜ ଅଷ୍ଟପ୍ରହରି ନାମଯଜ୍ଞ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ସହ ଶୁଭ ସ୍ତମ୍ଭ ସ୍ଥାପନ ବିଜୟା ଦଶମୀ ଅବସରରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରବଚକ ଗୌରୀଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂଜକ ନିରଞ୍ଜନ ମିଶ୍ର ପୂଜାର୍ଚ୍ଚନା କରିଥିବା ବେଳେ ଦୟାମୟ ଦେହୁରୀ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଶୋର ମେହେର, ସୁରେଶ ବସ୍ତିଆ, ଡିଙ୍ଗର ମେହେର, ହୃଷୀକେଶ ମେହେର, ତ୍ରିପୁରାରୀ ଭୋଇ, ଚମ୍ପେକିଶୋର ମେହେର, ଗଣେଶ କର୍ଣ୍ଣ, ଗୁରୁଚରଣ ମେହେର, ପ୍ରଦୀପ ଦନ୍ତା,ରାଜେନ୍ଦ୍ର ମେହେର, ଭୁବନେଶ୍ୱର ମେହେର ପ୍ରମୁଖ ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ।





