ଫାଉପାଲି ଗ୍ରାମରେ ୧୦ତମ ଦଶହରା ଉପଲକ୍ଷେ ହନୁମାନ ପୂଜା ଅନୁଷ୍ଠିତ l


ବୌଦ୍ଧ -୨୪-୧୦- (ହୃଦାନନ୍ଦ ମେହେର)-ବୌଦ୍ଧ ଜ଼ିଲ୍ଲା ଅନ୍ତର୍ଗତ ହରଭଙ୍ଗା ବ୍ଲକର ବନ୍ଧାପଥର ଗ୍ରାମ ପଞ୍ଚାୟତର ଫାଉପାଲି (ବାଘପାଲି ) ଗ୍ରାମରେ ଦଶହରା ଉପଲକ୍ଷେ ହନୁମାନ ପୂଜା ଅନୁଷ୍ଠିତ ହୋଇଥିଲା l ଗତ କାଲି ଦିବା ୧ଘଣ୍ଟା ସମୟରେ ବଜରଙ୍ଗବଲୀ ଗ୍ରୁପର ସଦସ୍ୟ ମାନେ ସାଗରବନ୍ଦରେ ପୂଜା କରି ସେଠାରୁ କଳସ ଶୋଭାଯାତ୍ରା କରି ପୂଜା ସ୍ଥଳରେ ପହଞ୍ଚିଥିଲେ l ପୂଜାକାର୍ଯ୍ୟ ଦିବା ୨ ଘଣ୍ଟା ରୁ ଆରମ୍ଭ ହୋଇ ୩ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା l ଏହି ପୂଜାରେ ପୂଜକ ଶ୍ରୀ ପ୍ରତ୍ୟୁଷ କୁମାର ତ୍ରିପାଠୀ ,ସଭାପତି ବେଣୁ ମେହେର,ସମ୍ପାଦକ ଆନନ୍ଦ ମେହେର ଓ କର୍ତ୍ତା ଭୁବନ ମେହେର ସମସ୍ତ ପୂଜା କାର୍ଯ୍ୟ ତୁଲାଇଥିଲେ l ଶ୍ରୀଯୁକ୍ତ ଯଦୁମଣୀ ମେହେର ପୂଜାସ୍ଥଳରେ ରାମାୟଣ ପାଠ କରିଥିଲେ l ଅନ୍ୟ ସମସ୍ତ ସଦସ୍ୟ : ପିଣ୍ଟୁ ମେହେର, ହଳଧର ମେହେର, ଭାସ୍କର ମେହେର , ଅଜିତ ମେହେର, ବିଷ୍ଣୁ ମେହେର, କୌଶିକ ମେହେର ଓ ନୀଳମଣୀ ମେହେର ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




