ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା।

ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା।

ବାଉଁଶୁଣି-୨୪-୧୦ ( ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ମାନ ଅନୁଷ୍ଠିତ ହେଉଅଛି। ଏଥିପାଇଁ ପୁରା ଅଞ୍ଚଳରେ ବର୍ତ୍ତମାନ ଉତ୍ସବର ମାହୋଲ ଲାଗି ରହିଛି। ବାଉଁଶୁଣି ପଞ୍ଚାୟତ

ଡିମିରିପାଲି, ଯମଘାଟି, ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ, ବହିରା ପଞ୍ଚାୟତ ବହିରା, ଅଁଳାପାଲି ପଞ୍ଚାୟତ ବାଦୀକଟା, ଗୋଛାପଡା ପଞ୍ଚାୟତ ଗୋଛାପଡା, ଗୁନ୍ଦୁଳିଆ ପଞ୍ଚାୟତ ଗୁନ୍ଦୁଳିଆ, ଶଗଡା ପଞ୍ଚାୟତ ଶଗଡା, ଖୁଣ୍ଟବନ୍ଧ, ସାହାଜପାଲ, ରକ୍ସା ପଞ୍ଚାୟତର ଦହ୍ୟା ହାଟପଦା ଭଳି ସ୍ଥାନ ମାନଙ୍କରେ ମା, ଦୁର୍ଗାଙ୍କ ଶାରଦୀୟ ପୂଜା ଅନୁଷ୍ଠିତ

ହେଉଛି। ବିଜୟା ଦଶମୀ ଅବସରରେ ଦହ୍ୟା ହାଟପଦା ପୂଜାରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ଅତିଥି ଭାବରେ ଯୋଗ ଦେଇଥିଲେ। ପୂଜା ପରିପ୍ରେକ୍ଷୀରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିବାରୁ ସନ୍ଧ୍ୟାରେ ମେଢ଼ ଦେଖିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଦର୍ଶକ ମାନଙ୍କ ପ୍ରବଳ ଗହଳି ଲାଗି ରହିଥିବା ଦେଖିବାକୁ ମିଳିଛି।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।





