ଘଣ୍ଟାପଡ଼ା ଶାରଦୀୟ ଦୁର୍ଗାପୂଜାରେ ଆରମ୍ଭ ହେଲା ମହିଷାସୁରଙ୍କ ରାଜ। ପ୍ରଥମ ବର୍ଷର ପ୍ରଥମସଂଧ୍ୟାରେ ଉପସ୍ଥିତ ରହିଲେ ହଜାର ହଜାର ଦର୍ଶକ ।

ଘଣ୍ଟାପଡ଼ା ଶାରଦୀୟ ଦୁର୍ଗାପୂଜାରେ ଆରମ୍ଭ ହେଲା ମହିଷାସୁରଙ୍କ ରାଜ। ପ୍ରଥମ ବର୍ଷର ପ୍ରଥମସଂଧ୍ୟାରେ ଉପସ୍ଥିତ ରହିଲେ ହଜାର ହଜାର ଦର୍ଶକ ।

କଣ୍ଟାମାଳ, ତା ୨୩/୧୦ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେଉଛି।ଜୟଲକ୍ଷ୍ମୀ କ୍ଲବ ଓ

ସମଲେଶ୍ଵରୀ ଯୁବକ ସଂଘର ମିଳିତ ଓ ଘଣ୍ଟାପଡ଼ା ଗ୍ରାମ୍ୟ କମିଟି ସହଯୋଗରେ ପାଳିତ ହେଉଥିବା ଦୁର୍ଗାପୂଜାରେ ପ୍ରଥମଥର ମହିଷାସୁର ଦରବାର ପ୍ରସ୍ତୁତି କରାଯାଇଛି। ଆଜିର ଦରବାରକୁ ଅନୁଷ୍ଠାନିକଭାବେ ମୁଖ୍ୟ ଅତିଥି କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହିଧର ରଣା ଉଦଘାଟନ କରିଥିଲେ।ପରେ ମହିଷାସୁର ଦରବାର ଆରମ୍ଭ ହୋଇଥିଲା।ଉକ୍ତ ଦରବାରରେ

ମହାରାଜ ମହିଷାସୁରଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଅତିଥିଭାବେ ମାନ୍ୟବର କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ ମହୀଧର ରଣା ଯୋଗ ଦେଇ ଅଞ୍ଚଳର କଳା ସଂସ୍କୃତିର ବିକାଶ କରିବାକୁ ହେଲେ ଏକ ସ୍ଥାୟୀ ମଞ୍ଚ ଆବଶ୍ୟକତା ରହିଛି। ସ୍ଥାୟୀ ମଞ୍ଚ ଦ୍ଵାରା ଅଞ୍ଚଳର କଳାକାରମାନଙ୍କ ଅନ୍ତର୍ନିହିତ ଗୁଣକୁ ବିକଶିତ କରିବ। ତେଣୁ ଆଜିର ଏହି ଅସ୍ଥାୟୀ ମଞ୍ଚକୁ ନିଜର ବିଧାୟକ ପାଣ୍ଠିରୁ ସ୍ଥାୟୀ ମଞ୍ଚ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରିତା କହଁର, ଜମିଦାର ବସନ୍ତ ମାଝୀ, କଣ୍ଟାମାଳ ବ୍ଳକ ମିଳିତ ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ, ଘଣ୍ଟାପଡ଼ା ଥାନାଧିକାରୀ ବଳଭଦ୍ର ଗଣ୍ଡା, ସ୍ଥାନୀୟ ଯୁକ୍ତ ଦୁଇ କଲେଜର ଅଧ୍ୟାପକ ପରେଶ ସାହୁ, ଗ୍ରାମ୍ୟ କମିଟୀର ଉପଦେଷ୍ଠା ସୁଶାନ୍ତ ମାଝୀ, ବ୍ଳକ ବିଜେଡି ସଭାପତି ପ୍ରେମରାଜ ରଣା, ସମାଜସେବୀ ସୂର୍ଯ୍ୟନାରାୟଣ ସାହୁ, ଅଶୋକ ସାହୁ ଓ ସ୍ଥାନୀୟ ସାମ୍ବାଦିକ ପ୍ରଭାତ କୁମାର ସାହୁ ଯୋଗ ଦେଇ ଯୁଗେ ଯୁଗେ ସତ୍ୟର ଜୟ ଉପରେ ବକ୍ତବ୍ୟ ରଖିଥିଲେ।ପରେ ମହାରାଜା ମହିଷାସୁର ଦରବାରରେ କୁନି କୁନି କଳାକାରଙ୍କ ନାଚଗୀତରେ ଦର୍ଶକ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ। ନୃତ୍ୟ ପରିବେଷଣର ସମସ୍ତ କଳାକାରଙ୍କୁ ମହାରାଜ ମହିଷାସୁର ତାଙ୍କ

ଦରବାରରେ ମାନପତ୍ର ପ୍ରଦାନ କରିଥିଲେ। ସଭାକୁ ଅଶୋକ ଦେହୁରୀ ପରିଚାଳନା କରିଥିବା ସ୍ଥଳେ ଦେବେନ୍ଦ୍ର ରଣା ଓ ବିଶ୍ଵନାଥ ସାହୁ ମଞ୍ଚ ସଞ୍ଚାଳନ କରିଥିଲେ।ପୂଜା କମିଟୀ ଅଧ୍ୟକ୍ଷ ଗିରିଧର ବେହୁରୀଙ୍କ ଅନୁରୋଧକ୍ରମେ ନିଜେ ମହାରାଜ ମହିଷାସୁର ସମସ୍ତ ମଞ୍ଚାସିନ ଅତିଥି ଓ ଉପସ୍ଥିତ ଦର୍ଶକଙ୍କୁ ଧନ୍ୟବାଦ ଦେଇଥିଲେ।ପରେ ମହିଷାସୁରଙ୍କ ରାଜ୍ୟ ରାଜାଭିଷେକ ହୋଇ ଶୁମ୍ଭ ଓ ନିଶୁମ୍ଭଙ୍କ ସାଥି କରି ସ୍ୱର୍ଗ,ମର୍ତ୍ତ୍ୟ ଓ ପାତାଳକୁ ଆକ୍ରମଣ କରି ସମସ୍ତ ଦେବ,ନର, କିନ୍ନରଙ୍କୁ ପରାସ୍ତ କରି ଏକାଙ୍ଗଚକ୍ରବର୍ତ୍ତୀ ହେବା ନାଟକଟିକୁ ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳର କଳାକାରମାନେ ନିଖୁଣ ଭାବେ ପରିବେଷଣ କରିଥିଲେ। ଉକ୍ତ ଦରବାର ୫ ଦିନଧରି ଅନୁଷ୍ଠିତ ହେବାନେଇ ପ୍ରକାଶ କରିଛନ୍ତି ପୂଜା କମିଟୀ ସଂପାଦକ ପପୁନ ପାଣିଗ୍ରାହୀ । ଆଜିର କାର୍ଯ୍ୟକ୍ରମରେ ସମସ୍ତ ସହଯୋଗୀ ସଦସ୍ୟ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




