ପୁରୁଷୋତ୍ତମ ପୁର ବ୍ଲକ ଷୋଳ ଘର ଗ୍ରାମ ର ଦୁର୍ଗା ମେଢ଼ ଠାରେ ଆଜି ପବିତ୍ର ମହା ନବମୀ ରେ ପ୍ରବଳ ଭକ୍ତ ସମାବେଶ


ଆଜକୁ ପ୍ରାୟ ଦଶ ବର୍ଷ ଧରି ଗାଁ ର ଉତ୍ସାହୀ ଯୁବକ ମାନଙ୍କ ସହଯୋଗରେ ପବିତ୍ର ଦୂର୍ଗାପୂଜା ପାଳିତ ହୋଇ ଆସୁଛି ଅବଶ୍ୟ ମହାମାରୀ କାରୋନା କିଛି ବର୍ଷ ଏ ସୁଯୋଗ ରୁ ଦୁରେଇ ଦେଇଥିଲା
ଆନନ୍ଦର ବିଷୟ ଏ ବର୍ଷ ଅଜିତ କୁମାର ପାଢି ଓ ସନ୍ତୋଷ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗ୍ରାମ ବାସୀ ଙ୍କ ସମ୍ପୂର୍ଣ ସହଯୋଗ ଥାଇ ଗ୍ରାମ ପୁରୋହିତ ଶ୍ରୀ ସୁବାସ ଚନ୍ଦ୍ର ଆଚାର୍ଯ୍ୟ ଓ ଶ୍ରୀ ଦଣ୍ଡପାଣି ଆଚାର୍ଯ୍ୟ ଓ ଅନ୍ୟ ପୁରୋହିତ ମାନଙ୍କ ପୁଜା ହୋମ ଆରତୀ ପୁଷ୍ପାଞ୍ଜଳୀ ଶ୍ରଦ୍ଧାଳୁ ମାନଙ୍କୁ ଭକ୍ତି ଭାବ ଆଡ଼କୁ ଟାଣି ନେଇ ଯାଉଛି ଶ୍ରୀ ଜଗମୋହନ ସାହୁ ଓ ଶ୍ରୀ ବଟ କୃଷ୍ଣ ସାହୁ କର୍ତ୍ତା ହୋଇ ସମସ୍ତ ସୁବିଧା ଯୋଗାଉଛନ୍ତି ପ୍ରତିଦିନ ସନ୍ଧ୍ୟା ରେ ଗାଁ ର ମହିଳା ଶିଶୁ ବୃଦ୍ଧ ବୃଦ୍ଧା ଙ୍କ ସମେତ ଯୁବକ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ସୁବିଧା କରାଯିବା ସହ ପ୍ରସାଦ ବିତରଣ କରାଯାଉଛି ଆଜି ନବମ ଦିବସରେ ଯୁବ BJD ସମ୍ପାଦକ Ex ସରପଞ୍ଚ ଓ ବର୍ତ୍ତମାନର ସମିତି ସଭ୍ୟ ଶ୍ରୀ ପ୍ରମୋଦ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ବରିଷ୍ଠ ଶିକ୍ଷକ ନେତା ଗ୍ରାମ କମିଟି ସମ୍ପାଦକ ଶ୍ରୀ ନରସିଂହ ପଣ୍ଡା ବିଶିଷ୍ଠସମାଜ ସେବୀ ହିଣ୍ଡୁଳା ଗ୍ରାମ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାଢି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା ରେ ଭାଗ ନେଇଥିଲେ ପ୍ତଟିଦିନ ସନ୍ଧ୍ୟାର ପ୍ରବଳ ଜନ ସମାଗମ କୁ ଯୁବ ସ୍ବେଚ୍ଛାସେବୀ ମାନେ ନିୟନ୍ତ୍ରଣ କରି ଶ୍ରଦ୍ଧାଳୁ ଙ୍କୁ ସମସ୍ତ ସେବା ଯୋଗାଇ ଦେଉଛନ୍ତି ଆଶା ରହିଛି ଏହି କାର୍ଯକ୍ରମ ଭବିଷ୍ୟତରେ ଆହୁରି ଅନେକ ବୃଦ୍ଧି ପାଇ ଅଞ୍ଚଳର ଶ୍ରେଷ୍ଠ ପୂଜା ମଣ୍ଡପ ର ସୌଭାଗ୍ୟ ପ୍ରାପ୍ତ ହେବ
ପୁରୁଷୋତ୍ତମ ପୁର ବ୍ଲକ ରୁ ଅଜିତ କୁମାର ପାଢି ସମର୍ଥ ନ୍ୟୁସ୍




