Country

ଦଶହରା

( ଦଶହରା )

         ———————–

ଆସିଲା ଆଶ୍ଵିନ ବିଜୟା ଦଶମୀ 

      ଶୁକ୍ଳପକ୍ଷ ଦଶହରା 

ଆରମ୍ଭ ହୋଇଲା ମା ଦୁର୍ଗାଙ୍କର 

      ନବରାତ୍ର ଦେଶ ସାରା ll 

 

ବିଜୟା ଦଶମୀ ଦଶହରା ନାମ 

      ଶାରଦୀୟ ଦୁର୍ଗାପୂଜା 

  ହୁଏ ପୂଜା ବିଧି ମା ଦୁର୍ଗାଙ୍କର 

      ବାଜେ ଢୋଲ ଭେରୀ ବାଜା ll 

   

ମହିଷାମର୍ଦ୍ଧିନୀ ମା ଦୁର୍ଗା ଦେବୀ 

    ତୁହି ମା ଜଗତ ଜନନୀ 

ପାଉ ଷୋଳ ପୂଜା ଉଡ଼ାଇ ଧ୍ଵଜା 

   ଢାଙ୍କି ରଖ ମା’ ପଣତ କାନି ll 

ଦୁର୍ଗାଦେବୀ ମା ତୁହି ଆଦିଶକ୍ତି 

     କଲୁ ପାପ ତାପ ନାଶ  

ଭାଙ୍ଗି ଅହଙ୍କାର ମାରି ମହିଷାସୁର 

        ରଖିଦେଲୁ ତୁହି ଯଶ ll 

 

ହୁଏ ଦଶହରା ଅଛି ପରମ୍ପରା 

       କରନ୍ତି ରାବଣ ପୋଡ଼ି 

ବାଣ ଫୁଟାଇ ଉପଭୋଗ କରି 

      ମନ ଯାଉ ଥାଏ ପୂରି ll 

 

ସଜବାଜ କରି ଚାରିଆଡ଼େ ସବୁ 

      ପୂଜା ହୁଏ ଦେଶ ସାରା 

ମନ ଭରିଯାଏ ଦେଖିଲେ ଥରେ 

     ଆସିଛି ରେ ଦଶହରା ll       

 

  ନାମ- ପିଣ୍ଟୁ ମେହେର,

ବାଘପାଲି,(ଫାଉପାଲି ),ବୌଦ୍ଧ 

  ମୋ-୭୬୮୨୯୧୧୧୬୬

Related Articles

Back to top button