Country

ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଦାଦା ଙ୍କ 91ତମ ପୁଣ୍ୟ ଆବିର୍ଭାବ ଦିବସ

ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଦାଦା ଙ୍କ 91ତମ ପୁଣ୍ୟ ଆବିର୍ଭାବ ଦିବସ ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ନାତି ତଥା ସତସଙ୍ଗ ର ଦିବ୍ୟଙ୍ଗତ ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ଅଶୋକ ଦା ଙ୍କ ପୁଣ୍ୟ 91ତମ ଜନ୍ମ ଉତ୍ସବ ଆଜି ଛତିଆ ଶ୍ରୀ ମନ୍ଦିର ପରିସର ମଧ୍ୟରେ ପାଳିତ ହୋଇଯାଇଅଛି, ଜନ୍ମ ଲଗ୍ନ ଘୋଷଣା ପ୍ରାତଃ ବିନତି ପରେ ସଦ୍ଦଗ୍ରନ୍ଥ ପାଠ ଓ ଶ୍ରୀ ଶ୍ରୀ ଦାଦା ଙ୍କ ରଚିତ ଭକ୍ତି ସଂଗୀତ ଗାନ କରାଯାଇଥିଲା,ସତସଙ୍ଗ ବିହାର ସଭାପତି ସତ୍ୟପୀର ନାୟକ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ସନ୍ଧ୍ୟା ରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା, କେନ୍ଦ୍ର ସମ୍ପାଦକ ଫକୀର ଚରଣ ପୃଷ୍ଟି ସତସଙ୍ଗ ପରିଚାଳନା କରି ଥିଲେ ଯାଜକ ଗଣେଶ୍ୱର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ, ଅଧର୍ଜୁ ଅନନ୍ତ ସାମଲ କୋରସ ସୁରଞ୍ଜନ ମହାରଣା କୀର୍ତ୍ତନ ଓ ପଞ୍ଚାଧରି କର୍ମୀ ଅଭିମନୁ ସାମନ୍ତ ରାୟ ସ୍ୱାଗତ ଭାଷଣ ଦେଇ ଥିଲେ, ଅବସର ପ୍ରାପ୍ତ ପୋଷ୍ଟାଲ ସୁପ ରି ଟେଣ୍ଡେଣ୍ଟ ଦେବୀ ପ୍ରସାଦ ନାୟକ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଶ୍ରୀ ଶ୍ରୀ ଦାଦା ଙ୍କ ଦିବ୍ୟ ଜୀବନୀ ଉପରେ ଆଲୋକପାତ କରିଥିଲେ, ଅଧର୍ଜୁ ସନାତନ ଲେଙ୍କା ସହାପ୍ରତି ରୀତିକ ନାରାୟଣ ଚନ୍ଦ୍ର ପ୍ରଧାନ ଓ ଧର୍ମ ଯାଜକ କାର୍ତିକ ରାଉତ ମାନସ ଦାସ ପ୍ରମୁଖ ଆଲୋଚନା ରେ ଭାଗ ନେଇ ଥିଲେ, ୟୋତିର୍ମୟୀ ନାୟକ ଓ ଶିବ ସୁନ୍ଦର ନାୟକ ଙ୍କ ସୌଜନ୍ୟ ରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇଥିଲା,

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button