Country

ଜଗନ୍ନାଥ ସୃଷ୍ଟି ଧର୍ମ ପ୍ରଚାରକ ଙ୍କ ଜନ୍ମଉତ୍ସବ

 ସୃଷ୍ଟି ଧର୍ମ ପ୍ରଚାରକ ଛତିଆ ର ସ୍ବର୍ଗତ ଜଗନ୍ନାଥ ନାୟକ ଙ୍କ 98ତମ ଜନ୍ମ ଉତ୍ସବ ଆଜି ୍ୟେତିହାସିକ ପୀଠ ଅମରା ବତୀ ମଠ ସ୍ଥିତ ଜଗନ୍ନାଥ ପାଠାଗାର ଠାରେ ମହା ସମାରୋହ ରେ ପାଳିତ ହୋଇଯାଇଅଛି, ସୃଷ୍ଟି ଧର୍ମ ର ସସ୍ଥାପିକା କୁମାରୀ ଅପର୍ଣ୍ଣା ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ବ୍ରାହ୍ମ ମୁହୂର୍ତ୍ତ ରୁ ଯୁଗାନ୍ତ ପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚନା କରା ଯାଇ ନିର୍ବେଦ ଆହୁତି ପ୍ରଦାନ କରାଯାଇଥିଲା, ପରମ ଶିଷ୍ୟା ସସ୍ମିତା ସେନାପତି ବିଷ୍ଣୁ ପ୍ରସାଦ ସାହୁ ପ୍ରଭାତ ସାହୁ ଜୀବନ ଜେନା ଦୁର୍ଗେଶ ନନ୍ଦିନୀ ରାଉତ ବିପିନି ବିଶ୍ୱାଳ ପ୍ରାକ୍ତନ ବ୍ଲକ ଅଧକ୍ଷ ଭାଗ୍ୟଧର ମଲିକ ଅଧ୍ୟାପକ ପ୍ରଦୀପ୍ତ ବରାଳ GIET କଲେଜ ଅଧକ୍ଷ ସତ୍ୟ ରଞ୍ଜନ ସେନାପତି କପିଳରାଉତ ଓ ବୀର ବାବା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରିଥିଲେ,କୁମାରୀ ଅପର୍ଣ୍ଣା ଙ୍କ ଅଧକ୍ଷତାରେ ଆୟୋଜିତ ଧର୍ମ ସଭା ରେ ସମାଜ ସେବୀ ଦିଲୀପ ରାଉତ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ସାମ୍ବାଦିକ କାର୍ତିକ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ, mbc ଟିଭି ପକ୍ଷରୁ ଉମାକାନ୍ତ ବେହେରା ଓ ଛତିଆ ପ୍ରେସ କ୍ଲବ ମୁଖ୍ୟ ବ୍ରଜ ଗୋପାଳ ଦାସ ପ୍ରମୁଖ ଯୋଗ ଦେଇଥିଲେ,ସୃଷ୍ଟି ଧର୍ମ ର ବହୁ ଶିଷ୍ୟ ଓ ଶିଷ୍ୟା ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ପରିଚାଳନା କରି ଥିଲେ, ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ଜଗନ୍ନାଥ ରାଉତ ରାୟ ଓ ସାଥି ମାନେ ଭଜନ ପରିବେଷଣ କରି ଥିଲେ ।

 ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button