ବାଉଁଶୁଣି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୁରାତନ ଛାତ୍ରଛାତ୍ରୀ ସମ୍ମିଳନୀ।


ବୌଦ୍ଧ-୨୩-୧୦ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ସମ୍ମିଳନୀ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ପରେ ପରିଚାଳନା ପରିଷଦ ସଭାପତି ହୃଦୟ ରଞ୍ଜନ ଖାମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ବରଗଡ଼ ସାଇକୃପା ନର୍ସିଂହୋମର ପ୍ରତିଷ୍ଠାତା ଡା. ରାଜେଶ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ଉନ୍ନତି ଦିଗରେ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ମତ ପୋଷଣ କରିଥିଲେ। ପୂର୍ବ ଛାତ୍ର ପରିଷଦ ଦକ୍ଷିଣ ପଶ୍ଚିମ ସମ୍ଭାଗର ସଂଯୋଜକ ସୌମ୍ୟରଂଜନ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମ୍ମିଳନୀ ଆୟୋଜନ ସମ୍ପର୍କରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବୌଦ୍ଧ ସଂକୁଳ ପ୍ରମୁଖ ଦଶରଥ ମେହେର ଓ ସଂଯୋଜକ ଧରଣୀଧର ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଦଧିବାମନ ରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଷଦର ସମ୍ପାଦକ ସୁନୀଲ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମିଳନୀରେ ବିଦ୍ୟାମନ୍ଦିରର ପୁରାତନ ଛାତ୍ରଛାତ୍ରୀ, ଆଚାର୍ଯ୍ୟ/ ଆଚାର୍ଯ୍ୟା, କର୍ମଚାରୀ ଓ ପରିଚାଳନା ପରିଷଦର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




