Country

ଭକ୍ତି ପରିବାର ପକ୍ଷରୁ ନବରାତ୍ରି ପୂଜା ଏବଂ ଯଜ୍ଞାହୂତି ପ୍ରଦାନ

ଏରସମା :- ” ଓମ୍ ଭୂ ଭୁବ ସ୍ଵ ତତ୍ସର୍ବିତୁ ବରଣ୍ୟ° ଭର୍ଗଦେବଶ୍ୟ ଧୀମହୀ ଧୀ୍ୟୋୟୋନା ପ୍ରଚୋଦୟତ ” ସର୍ବ ସଂସାରସାର ଗାୟତ୍ରୀ ମନ୍ତ୍ର ଧ୍ୱନି ଅସମ୍ଭବକୁ ସମ୍ଭବ କରିପାରେ ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଧିନସ୍ତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ର ଅରଡ଼ା ଗ୍ରାମରେ ! ଅରଡ଼ା ଗ୍ରାମର ଆଖପାଖ ଗାଆଁ ରେ ଓଁକାର ଶବ୍ଦବ୍ରହ୍ମ କୁ ପାଥେୟ କରି ଗାୟତ୍ରୀ ମନ୍ତ୍ରରେ ଦୀକ୍ଷିତ ଭକ୍ତ ମାନଙ୍କ ଦ୍ୱାରା ଉପବାସ ଓ ବ୍ରତ ପାଳନ ପୂର୍ବକ ନବରାତ୍ରି ପୂଜାର ଆୟୋଜନ କରିଥିଲେ ! ଭକ୍ତି ଭାବର ହୃଦୟରେ ଗାୟତ୍ରୀ ମନ୍ତ୍ରକୁ ଜପ କରି ବ୍ରତ ରଖିବା ସହଜ ନହେଲେ ମଧ୍ୟ, ଆରଡା ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ଙ୍କ ଭକ୍ତିଯୋଗ ଅତି ସହଜରେ ତାହା ପାଳନ କରିବାରେ ସହାୟକ ହୋଇଛି !

ପୂଜାବିଧି ଯଥାରୀତି ଅନୁସାରେ ଆୟୋଜିତ ହୋଇ ପୂର୍ଣ୍ଣାହୁତି ସରିବା ପରେ ଗ୍ରାମ୍ୟ ଭ୍ରମଣ ବା ନଗର ପରିକ୍ରମା କରିଥିଲେ ଭକ୍ତି ପରିବାରର ସଦସ୍ୟ ମାନେ ! ଦୀର୍ଘ ଦଶ ବର୍ଷର ଅନୁଷ୍ଠାନ ଚଳିତ ବର୍ଷ ନୂଆ କରି ଆରମ୍ଭ କରିଛି ନବରାତ୍ରି ପୂଜା !ଉକ୍ତ ପୂଜାର ପୁରୋଧା ଭକ୍ତିବାବା ଶୁଭ ନାରାୟଣ ଦାସ, ଥିବା ବେଳେ ବ୍ରତ ପାଳନ କରିଥିଲେ ସୁଚିତ୍ରା ପରିଡା, ନର୍ମଦା ପରିଡା, ସ୍ନିଗ୍ଧା ପ୍ରଧାନ, ସ୍ୱପ୍ନାରାଣୀ ସ୍ୱାଇଁ, ନର୍ମଦା ପ୍ରଧାନ, ଆରତୀ ପ୍ରଧାନ, ପ୍ରତିଷ୍ଠା ପରିଡା, ରାମଚନ୍ଦ୍ର ସାମଲ, କେଦାର ମହାନ୍ତି, ଶରତ ସେଠୀ !ଏହି କାର୍ଯ୍ୟକ୍ରମ ରେ ଆୟୋଜକ ଥିଲେ ନୃସିଂହ ପରିଡା, ଚନ୍ଦନ ପ୍ରଧାନ, ଶ୍ରୀମନ୍ତ ପ୍ରଧାନ, ସରୋଜ ସ୍ୱାଇଁ, ଦୀପକ ସାହୁ, ପ୍ରସାଦ ପରିଡା, ଏବଂ ଅରଡ଼ା ଗ୍ରାମର ସମସ୍ତ ଅଧିବାସୀ ! ଏହି ସାରସ୍ୱତ ଆଧ୍ୟାତ୍ମିକ ଅନୁଷ୍ଠାନ ରେ ଅଗ୍ନିଉତ୍ସବ ପୁର୍ଣିମାକୁ ଯଜ୍ଞ ର ଆୟୋଜନ ହୁଏ ଯୋଉଦିନରେ ସାହସ୍ରାଧିକ ଭକ୍ତ ମାନଙ୍କର ଭିଡ ଲାଗି ଥାଏ ବୋଲି ଆୟୋଜକ ମାନେ ମତ ଦେଇଛନ୍ତି !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button