Religion

ଦୁର୍ଗାପୂଜା ଉପଲକ୍ଷେ ନେଉଳ ପୋଇ ଗ୍ରାମରେ ପାଇକ ସମ୍ମିଳନୀ

– ମା ଜଗତ ଜନନୀ ଦୁର୍ଗା ଧରାବତରଣ କରିଛନ୍ତି।ମା ଆସିଛନ୍ତି ବୋଲି ଗାଁରୁ ସହର ସବୁଠି ଉତ୍ସବ ମୁଖର ହୋଇଉଠିଛି। ଏହି ଅବସରରେ ଆଜି ଢେଙ୍କାନାଳ ଗଁଦିଆ ବ୍ଲକ ନେଉଳପୋଇ ଗ୍ରାମ ଉତ୍ସବମୁଖର ହୋଇଉଠିଛି। ଗ୍ରାମରେ ବୀର ପାଇକମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ପାଇକ ପୁଅମାନେ ଏଠାରେ ପହଞ୍ଚି ନିଜକୁ ବୀର ବେଶରେ ସଜେଇ ନିଜର କଳା ପ୍ରଦର୍ଶନ କରିଛନ୍ତି।୧୮୫୭ ମସିହାରେ ଏହି ବୀର ପାଇକମାନଙ୍କର ବଂଶଜ ମାନେ ବିଦ୍ରୋହ କରି ଦେଶକୁ ସ୍ଵାଧିନତାର ସ୍ଵାଦ ଚଖାଇଥିଲେ।ଏହି ପାଇକମାନେ ସେହି ଦିନକୁ ମନେପକାଇ ଦେବାପାଇଁ ନିଜର କଳାନୈପୁଣ୍ୟ ପଦର୍ଶନ କରିଛନ୍ତି। ଗ୍ରାମବାସୀମାନେ ପାଇକ ପୁଅମାନଙ୍କୁ ବନ୍ଧାପଣା କରି ସ୍ଵାଗତ ଜଣାଇ କଳାକାରମାନଙ୍କର କଳାକୁ ଉପଭୋଗ କରୁଛନ୍ତି ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button