Country

କାମାକ୍ଷାନଗରରେ ଅଲ୍‌ଟେକ ବିଲିଡିଂ ସଲ୍ୟୁସନର ଅତ୍ୟାଧୁନିକ ଷ୍ଟୋର ଉଦ୍ ଘାଟନ ଅବସରରେ ବାଣିଜ୍ୟ ମେଳା -୨୦୨୩ ଆୟୋଜିତ 

କାମାକ୍ଷାନଗର : ତା.୨୩.୧୦.୨୦୨୩ ରିଖ ( )-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଜିରିଡାମାଳି ଠାରେ ପ୍ରଥମ ଥର ପାଇଁ ଘର ପ୍ଲାନିଂ ଠାରୁ ପ୍ରବେଶ ପର୍ଯ୍ୟନ୍ତ ଅଲ୍ଟଟେକ ବିଲଡିଂ ସଲ୍ୟୁସନର ଢେଙ୍କାନାଳ ଜିଲ୍ଲାରେ ଏକମାତ୍ର ଅତ୍ୟାଧୁନିକ ଷ୍ଟୋରର ଶୁଭ ଉଦ୍ ଘାଟନ ଅବସରରେ ଏକ ବାଣିଜ୍ୟମେଳା-୨୦୨୩ ଆୟୋଜିତ ହୋଇଯାଇଛି।ସୁପ୍ରଭା ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଏହି ଷ୍ଟୋରଟିରେ ୪୦ ରୁ ଅଧିକ ନାମିଦାମୀ କମ୍ପାନିର ଘର ତିଆରି ସମସ୍ତ ସାମଗ୍ରୀ ଗୋଟିଏ ଛାତ ତଳେ ମିଳିପାରିବ । ଏହି ଉପଲକ୍ଷେ ସଂସ୍ଥାର ଡାଇରେକ୍ଟର ଶ୍ରୀହର୍ଷ ବରାଳଙ୍କ ଆବାହକତ୍ୱରେ ଓ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଅନୁଗୁଳ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ପରିଚାଳକ ଜିତେନ୍ଦ୍ର କୁମାର ସାହୁ ସ୍ଵୀୟ ବକ୍ତବ୍ୟରେ ବାଣିଜ୍ୟ ଓ ବ୍ୟବସାୟ ପାଇଁ ଷ୍ଟେଟ୍ ବ୍ୟାଙ୍କ୍ ସର୍ବଦା ସହଯୋଗର ହାତବଢ଼ାଇ ଉଦ୍ୟୋକ୍ତାମାନଙ୍କ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଅଲ୍‌ଟେକ ବିଲିଡିଂ ସଲ୍ୟୁସନସ୍ ର ଓଡ଼ିଶା ମୁଖ୍ୟ କାର୍ତ୍ତିକଜୀ ଏହି ବ୍ୟବସ୍ଥାକୁ ଏକ ଅଭିନବ ଯୋଜନା କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଅଲ୍‌ଟେକ ବିଲିଡିଂ ସଲ୍ୟୁସନ କୋଷ୍ଟାଲ ହେଡ୍ ପ୍ରବୀଣ କୁମାର ଯୋଗଦାନ କରି ଏହି ନୂତନ ପଦକ୍ଷେପ ଲୋକମାନଙ୍କର ଗୃହନିର୍ମାଣ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ସାଜିପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ।ସର୍ଭିସ୍ ମ୍ୟାନେଜର ଫାଲଗୁନି ମିଶ୍ର ବାଣିଜ୍ୟମେଳାର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି କାମାକ୍ଷାନଗର ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ମନୋଜ କୁମାର ସାହୁ ଓ ଅନୁଗୁଳ ଷ୍ଟେଟ୍ ବ୍ୟାଙ୍କ୍,ଏସ୍.ଏମ.ଇ. ସୁକାନ୍ତି ନାୟକ ପ୍ରମୁଖ ସ୍ଵୀୟ ବକ୍ତବ୍ୟରେ ଏହିଭଳି ବାଣିଜ୍ୟ ମେଳା ବ୍ୟବସାୟୀ ଓ ଉପଭୋକ୍ତା ମାନଙ୍କ ମଧ୍ୟରେ ଏକ ସେତୁବନ୍ଧ ସଦୃଶ ଓ ଉଭୟଙ୍କ ପାଇଁ ବେଶ୍ ଲାଭଦାୟୀ ସାବ୍ୟସ୍ତ ହୋଇପାରିବ ବୋଲି ଦୃଢ଼ ଆଶାପୋଷଣ କରିଥିଲେ ।ସୁକୁମାର ବରାଳ ସ୍ମୃତି ପରିଷଦର ଉପଦେଷ୍ଟା ସୌଦାମିନୀ ବରାଳ ସଂସ୍ଥାର ଶୁଭ ଉଦ୍ ଘାଟନ ଉପଲକ୍ଷେ କେକ୍ କାଟି ଉପଯୁକ୍ତ ପିତାଙ୍କ ଅଧୁରା ସ୍ବପ୍ନ ଆଜି ତାଙ୍କର ସୁପୁତ୍ର ସଂସ୍ଥାର ଡାଇରେକ୍ଟର ଶ୍ରୀହର୍ଷ ବରାଳଙ୍କ ଉଦ୍ୟମରେ ସାକାର ହୋଇ ଥିବାରୁ ଆନନ୍ଦ ପ୍ରକାଶ କରିଥିଲେ।ସୁପ୍ରଭା ଏଣ୍ଟରପ୍ରାଇଜେସ୍ ର ନିର୍ଦ୍ଦେଶକ ଶ୍ରୀହର୍ଷ ବରାଳଙ୍କ ଆବାହକତ୍ୱରେ ଓ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରି ସ୍ଵୀୟ ବକ୍ତବ୍ୟରେ ଆଗାମୀ ଦିନରେ ୧୦୦୦ (ଏକ ହଜାର) ବ୍ୟକ୍ତି ବିଶେଷଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ଡ଼ା.ଓମ୍ ପ୍ରକାଶ ବରାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ସଭା ପ୍ରାରମ୍ଭରେ ଜଗନ୍ନାଥ ଫଟୋ ଚିତ୍ରରେ ପୁଷ୍ପ,ଧୂପ,ଦୀପ ଓ ନୈବେଦ୍ୟ ପ୍ରଦାନ କରାଯାଇଥିଲା।ଇତିଶ୍ କୁମାର ବରାଳ ମଙ୍ଗଳା ଚରଣ ଗାନ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଢେଙ୍କାନାଳ ଜିଲ୍ଲାର ପ୍ରଥମ ଥର ପାଇଁ ଏଭଳି ଅଭିନବ ବାଣିଜ୍ୟ ମେଳା -୨୦୨୩ ଅନୁଷ୍ଠିତ ହୋଇ ଥ‌ିବାରୁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖ‌ିବାକୁ ମିଳିଛି।ଏପରିକି ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ଲୋକଙ୍କ ପାଇଁ ନିଜ ମନ ମୁତାବକ ଜିନିଷ ସୁଲଭ ମୂଲ୍ୟରେ ମିଳୁଥ‌ିବା ନିର୍ଦ୍ଦେଶକ ଶ୍ରୀବରାଳ ପ୍ରକାଶ କରିଛନ୍ତି ।ଏହି ଅତ୍ୟାଧୁନିକ ଅଲ୍‌ଟେକ ବିଲିଡିଂ ସଲ୍ୟୁସନସ୍ ଷ୍ଟୋର କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଲୋକ ଯୋଗଦାନ କରିଥିଲେ ।ଏଥିସହିତ ବିଭିନ୍ନ ନାମୀଦାମୀ କମ୍ପାନୀ ଦ୍ବାରା ଆୟୋଜିତ ମେଳାର ମଧ୍ଯ ମଜା ନେଇଥିଲେ ।ଦଶହରା ଓ ଲକ୍ଷ୍ମୀପୂଜା ଉପଲକ୍ଷେ ଷ୍ଟୋର ପକ୍ଷରୁ ପ୍ରତିଟି କିଣା ଉପରେ ଆକର୍ଷଣୀୟ ଉପହାର ରହିଥ‌ିବା କମ୍ପାନୀ ପ୍ରକାଶ କରିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସନ୍ତୋଷ କୁମାର ସ୍ବାଇଁ, ରଶ୍ମି ରଂଜନ ନନ୍ଦ,ସରୋଜ କୁମାର ରାଉତ,ଶକ୍ତି ପ୍ରସାଦ ସ୍ୱାଇଁ, ସବ୍ୟସାଚୀ ବରାଳ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ

 

Related Articles

Back to top button