Country

ନିର୍ଦ୍ଦୋଷରେ ଖଲାସ ହେଲେ କଣ୍ଟାମାଳର ଆଦିବାସୀ ନେତା ଡମ୍ବରୁଧର କହଁର

ନିର୍ଦ୍ଦୋଷରେ ଖଲାସ ହେଲେ କଣ୍ଟାମାଳର ଆଦିବାସୀ ନେତା ଡମ୍ବରୁଧର କହଁର।

 

କଣ୍ଟାମାଳ:ତା.୨୩/୧୦:(ପ୍ରଭାତ କୁମାର ସାହୁ) ନିର୍ଦ୍ଦୋଷରେ ଖଲାସ ହେଲେ ଆଦିବାସୀ ନେତା ଡମ୍ବରୁଧର କହଁର l ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିବାସୀ ଡମ୍ବରୁଧର କହଁର ୨୦୨୨ ଅଗଷ୍ଟ ୨୨ ତାରିଖ ଦିନ କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ ଗଞ୍ଜେଇ କେସ ଧାରା ୨୦ବି(ଖ)ସି ଅନୁସାରେ ଅଦାଲତ ଚାଲାଣ ହୋଇଥିଲେ l ଶୁକ୍ରବାର କଣ୍ଟାମାଳ କୋର୍ଟରେ ତାଙ୍କର କେସ ବିଚାର କରାଯାଇଥିଲା l ସାକ୍ଷ୍ୟ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ଅଦାଲତ ପକ୍ଷରୁ ଘୋଷଣା କରାଯାଇଛି l ବରିଷ୍ଠ ଆଇନଜୀବୀ ମନୋଜ ଶର୍ମା କେସ ପରିଚାଳନା କରିଥିଲେ l ଶ୍ରୀ କହଁର କଣ୍ଟାମାଳ ବ୍ଲକ ଆଦିବାସୀ ସଙ୍ଘର ସଭାପତି ତଥା ସମାଜସେବୀ ମଧ୍ୟ l ସେ ନିର୍ଦ୍ଦୋଷରେ ଖୋଲାସ ହେବାପରେ ଆଦିବାସୀ ମହଲରେ ଖୁସିର ଲହରୀ ଖେଳି ଯାଇଛି l ତାଙ୍କର ପ୍ରଶଂସକମାନେ କହଁରଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button