ତେଳିବନ୍ଧ ଗ୍ରାମରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ରବି ଦେଓ ଙ୍କ ସଭାପତିତ୍ବରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ l

ତେଳିବନ୍ଧ ଗ୍ରାମରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ରବି ଦେଓ ଙ୍କ ସଭାପତିତ୍ବରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ l

ବୌଦ୍ଧ -22/10-(ହୃଦାନନ୍ଦ ମେହେର )-ଆଜି ତେଲିବନ୍ଧ ଗ୍ରାମରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ରବି ଦେଓ ଙ୍କ ସଭାପତିତ୍ବରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବୌଦ୍ଧ ଗ୍ରାମୀଣ ମଣ୍ଡଳ ର ସବୁ ପଞ୍ଚାୟତର କର୍ମୀ ଉପସ୍ଥିତ ଥିଲେ । ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କୁ ଉପଢୌକନ ଅର୍ପଣ କରି ସମ୍ମାନୀତ କରାଯାଇଥିଲା। ପ୍ରତି ପଞ୍ଚାୟତରେ ଏକ କୃଷକ ପଞ୍ଚାୟତ ଗଠନ କରାଯାଇଥିଲା। ତେଲିବନ୍ଧ,ଲକ୍ଷ୍ମୀପ୍ରସାଦ,ମୃଶୁଣ୍ଢୀ ,
ବଢିଗାଁ,ପଦ୍ମମପୁର,ମୁଣ୍ଡିପଦର୍ ପଞ୍ଚାୟତ ମାନଙ୍କ ପାଇଁ ଯଥାକ୍ରମେ ତରନିସେନ୍ ମେହେର,କୌଶିକ ଜଟି,ପ୍ରବଳ କୁମାର ପାଣିଗ୍ରାହୀ,
ଶେଷଦେବ ଦେହୁରୀ,ଗଙ୍ଗାଧର ସାହୁ ଓ ସୁଶାନ୍ତ ସେଠୀ ଙ୍କୁ ମନୋନୀତ କରାଗଲା। ଏବର୍ଷ ଧାନ କିଣାରେ କଟଣି, ଛତନି ଏବଂ ଚାଷୀ ମାନଙ୍କ ମଣ୍ଡି ମାନଙ୍କ ରେ ହଇରାଣ ହରକତ କୁ ଆଉ ବରଦାଷ୍ଟ କରାଯିବ ନାଇ ।ଗମ୍ଭୀରଦର୍ହ ଠାରେ ଏକ ବହୁମୁଖି ଜଳଭଣ୍ଡାର ପାଇଁ ବିରାଟ ଆନ୍ଦୋଳନ ପାଇଁ ଚାଷୀଙ୍କୁ ଆହ୍ବାନ ଦିଆଯାଇଥିଲା। ଏହି ସଭାରେ ମଣ୍ଡଳ ସଭାପତି ନବୀନ ହୋତା,ମୋର୍ଚ୍ଚା ସାଧାରଣ ସମ୍ପାଦକ ବୈକୁଣ୍ଠ ପ୍ରଧାନ,ପୂର୍ବତନ ସରପଞ୍ଚ ଶ୍ରୀ ତ୍ରିପୁର ମହାକୁଡ ପ୍ରମୁଖ ପ୍ରାୟ ତିରିଶ ଜଣ କର୍ମୀ ଉପସ୍ଥିତ ଥିଲେ ।ଶେଷରେ ଆନନ୍ଦପୁର ଗାଁ କୁ ଯାଇ ପ୍ରତି ଘରେ ମୋଦି ସରକାରଙ୍କ ଜନହିତକରୀ ଯୋଜନା ବିଷୟରେ ବୁଝାଇ ପତ୍ରିକା ବଣ୍ଟନ କରିଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




