Country

ଘରୋଇ କଲହକୁ ନେଇ ବିବାହିତ ମହିଳାଙ୍କ ଆତ୍ମହତ୍ୟା, ସନ୍ଦେହରେ ପୋଲିସ

କଣ୍ଟାମାଳ, ୨୨।୧୦: (ପ୍ରଭାତ କୁମାର ସାହୁ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଦେଉଳଡୁଙ୍ଗୁରି ଅଞ୍ଚଳରେ ଏକ ବିବାହିତ ମହିଳା ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି | ସୂଚନା ଅନୁସାରେ କଣ୍ଟାମାଳ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ମହିଳା ଏ ଏନ୍ ଏମଙ୍କ ସରକାରୀ ବାସ ଭବନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ସୂଚନା ଅନୁସାରେ ଏ ଏନ୍ ଏମଙ୍କ ପୁଅ ରମାକାନ୍ତ ସାହୁଙ୍କ ଦ୍ଵିତୀୟ ସ୍ତ୍ରୀ ସରିତା ରାଉତ (୨୮) ଏକ କୋଠରୀର ପଙ୍ଖାରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି | ଗତକାଲି ରମାକାନ୍ତ ଓ ସ୍ତ୍ରୀ ସରିତା ଖାଇ ପିଇ ଶୋଇବାକୁ ଯାଇଥିଲେ | ସକାଳୁ ସରିତାଙ୍କ ମୃତଦେହ ଓଢଣୀରେ ଝୁୁଲନ୍ତା ଅବସ୍ଥାରେ ପରିବାର ଲୋକେ ଦେଖିବାକୁ ପାଇଥିଲେ | ମୃତଦେହ ଦେଖି ସଙ୍ଗେ ସଙ୍ଗେ କଣ୍ଟାମାଳ ପୋଲିସକୁ ଖବର ଦେଇଥିଲେ | ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ୮/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି | ପ୍ରାଥମିକ ତଦନ୍ତରୁ ଏହା ଏକ ଘରୋଇ କଳହ ଜନିତ ଆତ୍ମହତ୍ୟା ମାମଲା ବୋଲି ପୋଲିସ୍ ସନ୍ଦେହ କରୁଛି |

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button