Country

ଶାରଦୀୟ ମହାଷ୍ଟମୀ ପୂଜାରେ ଝଙ୍କଡ଼ ଶାରଳା ପୀଠ ଭକ୍ତମୟ !

ଶାରଦୀୟ ମହାଷ୍ଟମୀ ପୂଜାରେ ଝଙ୍କଡ଼ ଶାରଳା ପୀଠ ଭକ୍ତମୟ !

 ତିର୍ତ୍ତୋଲ :- ଶାରଦୀୟ ପାର୍ବଣ ପୂଜାର ଉଦଯାପନୀ ଦିବସରେ ଚାଲିଛି ମହାଷ୍ଟମୀ ପୂଜା । ପ୍ରଭାତେ ମଙ୍ଗଳ ଆଳତି ! ମଧୁ ସ୍ନାନରେ ହଳଦୀ ଚୁଆ ଚନ୍ଦନ ଓ ପଞ୍ଚାମୃତ ର ମହକ ବାସ୍ନାରେ ମାର୍ଜନା ! ସ୍ୱର୍ଣ୍ଣଅଳଙ୍କାର ରେ ମଣ୍ଡିତ ଅଭିନଵ ବେଶବିନ୍ୟାସ ! ଶ୍ରୀଜଗନ୍ନାଥ ଙ୍କ ମହାପ୍ରସାଦ ସମର୍ପଣ ! ଦଶଦିଗପାଳ ପୂଜା , ପାର୍ଶ୍ଵ ଦେବଦେବୀପୂଜା , ଦ୍ଵାରପାଳ ପୂଜା , ସୂର୍ଯ୍ୟ ପୂଜା, ସମୂହ ଚଣ୍ଡୀ ପାଠ ସମୟରେ ସପ୍ତଶତୀ ଚଣ୍ଡିର ମନ୍ତ୍ର ଧ୍ଵନୀର ଝଙ୍କାର !ବିଶ୍ଵଶାନ୍ତି ଯଜ୍ଞ ରେ ଆହୁତି ପ୍ରଦାନ , ଷୋଡଶ ଉପଚାର ପୂଜା , ବଡ଼ସିଂହାର , ପ୍ରଥମ ପ୍ରହର ଓ ଦ୍ୱିତୀୟ ପ୍ରହର ଧୂପ ପରେ ମାଆଙ୍କ ପହୁଡ଼ ପତନ । ଅପରାହ୍ନ ୩ ଟାରେ ପୁନଶ୍ଚ ପହୁଡ଼ ଉନ୍ମୁକ୍ତ !,ମାର୍ଜନା ପରେ ସମ୍ପୂର୍ଣ୍ଣ ଚାନ୍ଦିରେ ମହିଷ୍ମ ମର୍ଦ୍ଦିନି ବେଶ ଧାରଣ ! ସନ୍ଧ୍ୟାଆରତୀ ସମୟେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମାଆଙ୍କ ଦର୍ଶନ । ଚଣ୍ଡୀ ପୁରାଣ ପାଠ , ଚଣ୍ଡିଧୂପ, ସମ୍ପୂର୍ଣ ସୁନାବେଶ ଓ କାଲିକା ନୃତ୍ୟ ସହିତ ବେଢ଼ା ପରିକ୍ରମା । ଏହି ହେଉଛି ମାଆଙ୍କ ମହାଷ୍ଟମୀ ନୀତିକାନ୍ତି ! ପୁରାତନ ସମୟରୁ ପ୍ରଚଳିତ ସଂସ୍କୃତି ଆଜିର ଦିନରେ ଭକ୍ତ ମାନଙ୍କୁ ଆକର୍ଷଣ କରିଥାଏ ! ସାହସ୍ରାଧିକ ଭକ୍ତ ମା’ ଶାରଳାଙ୍କ ମହାଷ୍ଟମୀ ପୂଜାକୁ ଉପଭୋଗ କରିବାକୁ ଧାଇଁ ଆସନ୍ତି ବହୁ ଦୂରରୁ !

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button