
କଣ୍ଟାମାଳ-ଘଣ୍ଟାପଡା ରାସ୍ତାର ଚିଞ୍ଚେଡ ପୁରୁଣା ପୋଲ ଭୁଷୁଡିଲା ପୋକଲିନ ମେସିନ ଓଲଟି ୨ ଜଣ ଗୁୁରୁତର ଆହତ ।

କଣ୍ଟାମାଳ,୨୧।୧୦(ପ୍ରଭାତ କୁମାର ସାହୁ): କଣ୍ଟାମାଳ – ଘଣ୍ଟାପଡା ୪୧ନଂ (ମନମୁଣ୍ଡା-ସିନ୍ଧିଗୋରା ) ରାଜ୍ୟ ରାଜପଥ ରାସ୍ତାର ଚିଞ୍ଚେଡ ନାଳ ଉପରେ ଥିବା ପୁରୁଣା ପୋଲ ଶନିବାର ସକାଳ ସମୟରେ ଭୁଷୁଡି ପଡିଛି । ଫଳରେ ପୁରୁଣା ପୋଲ ଉପରେ କାମ କରୁୁଥିବା ଏକ ପୋକଲିନ ମେସିନ ଓଲଟି ନାଳ ମଧ୍ୟକୁ ଖସିପଡିଛି । ଏହି ଦୁର୍ଘଟଣାରେ ୨ଜଣ ବ୍ୟକ୍ତି ଗୁୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ କଣ୍ଟାମାଳ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସୂଚନା ପ୍ରକାରେ ଚିଞ୍ଚେଡ ନାଳ ଉପରେ ପୁଣି ସୁଉଚ୍ଚ ପୋଲ ନିର୍ମାଣ ପାଇଁ ପୂର୍ବରୁ ଥିବା ପୁରୁଣା ପୋଲକୁ ଆଜି ସକାଳେ ଭାଙ୍ଗିବା ଆରମ୍ଭ କରିଥିଲେ । ଏହି ସମୟରେ ପୋଲର ଗୋଟିଏ ଛାତ ହଠାତ୍ ଭୁଷୁଡି ପଡିଥିଲା । ଆହତ ଦ୍ୱୟ ହେଲେ ଆଠମଲିକ ଅଞ୍ଚଳର ପୋକଲିନ ଚାଳକ ଜ୍ଞାନ ରଞ୍ଜନ ବାରିକ ଓ ହେଲପର ନିଳମଣି ବେହେରା । ପୁରୁଣା ପୋଲର ଛାତ ଭୁଷୁଡିବା ସମୟରେ ସେଠାରେ ଥିବା ଅନ୍ୟ ୧୦ ଜଣରୁ ଉର୍ଦ୍ଧ ଶ୍ରମିକମାନେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତୀଯାଇଛନ୍ତି ।
କଣ୍ଟମାନରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




