ଚୂଡାନ୍ତ ପ୍ରସ୍ତୁତିରେ ଘଣ୍ଟାପଡ଼ାର ମାଆ ସମଲେଶ୍ଵରୀ ଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା । ଆଜି ନିଶି, ଆସନ୍ତାକାଲି ଯାତ୍ରା।ସଜେଇ ହେଲାଣି ପୂଜା ମଣ୍ଡପ

ଚୂଡାନ୍ତ ପ୍ରସ୍ତୁତିରେ ଘଣ୍ଟାପଡ଼ାର ମାଆ ସମଲେଶ୍ଵରୀ ଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା । ଆଜି ନିଶି, ଆସନ୍ତାକାଲି ଯାତ୍ରା।ସଜେଇ ହେଲାଣି ପୂଜା ମଣ୍ଡପ

କଣ୍ଟାମାଳ, ତା ୨୧/୧୦ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଏକମାତ୍ର ଘଣ୍ଟାପଡ଼ାର ମାଁ ସମଲେଶ୍ଵରୀ ଦେବୀ ପୀଠ, ଯାହାକି ଆଶ୍ଵିନ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମାଁଙ୍କ ଯାତ୍ରା ନିମନ୍ତେ ନିଶି ଯାତ୍ରା ହୁଏ । ଉକ୍ତ ଗାତ୍ରରେ ମାଁ ମନ୍ଦିରରୁ ପ୍ରସ୍ଥାନ କରି ଭକ୍ତଙ୍କ ଅଳି ଅର୍ଦ୍ଦଳୀ ଶୁଣିବା ପାଇଁ ନିଶି ସମୟରେ ଭକ୍ତଙ୍କ ଘର ଘର ବୁଲିଥାନ୍ତି।

ଭକ୍ତ ମାଆଙ୍କୁ ସମ୍ମୁଖରେ ପାଇ କଳସ ବସାଇ ସ୍ଵାଗତ କରି ନିଜ ଦୁଃଖ ଜଣାଇଥାଏ।ଏହି ପରି ପ୍ରତିବର୍ଷ ମାଁ ଘର ଘର ବିଜେ କରି ନିଶି ମନ୍ଦିରରେ ବିଶ୍ରାମ ନେଇଥାନ୍ତି। ପରଦିନ ଠିକ ଅପରାହ୍ନ ସମୟରେ ନିଜ ମନ୍ଦିରକୁ ବିଜେ କରିଥାନ୍ତି ଏବଂ ମାନସିକଧାରି ଲମ୍ବାଧାଡିରେ ମାଁଙ୍କ ଆଶିର୍ବାଦ ପାଇ ନିଜ ମାନସିକପୁରଣ ହୋଇଥିବା ଭକ୍ତଙ୍କ ଶତାଧିକ ବୋଦା ବଳିରେ ରକ୍ତ ରଞ୍ଜିତ ହୋଇଥାଏ। ମାଁଙ୍କ ଆଶିର୍ବାଦ ପାଇବାପାଇଁ ଘଣ୍ଟାପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏପଟେ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ଅଧିବାସ ହୋଇ ଆସନ୍ତାକାଲିଠାରୁ

ପାଞ୍ଚଦିନ ପାଇଁ ମାଁ ଦୁର୍ଗା ଭକ୍ତଙ୍କୁ ଦର୍ଶନ। ତେବେ । ଜୟ ଲକ୍ଷ୍ମୀ କ୍ଳବ ଓ ସମଲେଶ୍ଵରୀ ଯୁବକ ସଂଘର ମିଳିତ ଉଦ୍ୟମ ଓ ଘଣ୍ଟାପଡ଼ାବାସୀଙ୍କ ସହଯୋଗରେ ପ୍ରଥମ ଥର ଏ ବର୍ଷ ଆହୁରି ଆକର୍ଷଣ କରିବାପାଇଁ ମହିଷାସୁର ଦରବାର ଓ ମୀନାବଜାରର ବ୍ୟବସ୍ଥା କରାଯାଇଛି। ରାତିରେ ଆହୁରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବା ନେଇ ପ୍ରକାଶ କରିଛନ୍ତି ଗ୍ରାମ୍ୟ କମିଟୀର ଉପଦେଷ୍ଠା ସୁଶାନ୍ତ ମାଝୀ ଓ ପୂଜା କମିଟୀ ସଭାପତି ଗିରିଧର ଦେହୁରୀ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



