State

ବୌଦ୍ଧରେ ଭିଜିଲାନସ ସଚେତନତା ସପ୍ତାହ ଉପଲକ୍ଷେ ପ୍ରସ୍ତୁତି ବୈଠକ l

 

ବୌଦ୍ଧ-21-10-(ହୃଦାନନ୍ଦ ମେହେର )-ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସପ୍ତାହ ଅକ୍ଟୋବର ୩୦ ରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସାରା ଜ଼ିଲ୍ଲାରେ ପାଳନ କରାଯିବ । ଏନେଇ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସ୍ୱାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଜ଼ିଲ୍ଲାବାସୀ ସାମିଲ ହେବାକୁ ନିବେଦନ କରିଥିଲେ । ଏହି ଉପଲକ୍ଷେ ସଚେତନତା ସପ୍ତାହର ପ୍ରଥମ ଦିବସ ୩୦ ତାରିଖ ଦିବା ୧୧ ଘଣ୍ଟା ସମୟରେ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହିତ ଯୋଡି ହେବା ସହିତ ଦୁର୍ନୀତୀ ବିରୋଧରେ ସମସ୍ତଙ୍କୁ ଶପଥ ପାଠ କରାଇବେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ସମସ୍ତ ସରକାରୀ କାର୍ଯ୍ୟାଳୟ,ପଞ୍ଚାୟତିରାଜ ସଦସ୍ୟ

,ସ୍ୱୟଂସହାୟକ ଗୋଷ୍ଠୀ,ଆଶା

କର୍ମୀ,ଅଙ୍ଗନବାଡି କର୍ମୀ ,ସ୍ୱାସ୍ଥ୍ୟ କର୍ମୀ,ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସାମିଲ ହେବେ । ଦୁର୍ନୀତି ବିରୋଧରେ ସଚେତନତା ପାଇଁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା,

ପଦଯାତ୍ରା,ସାଇକେଲ ଯାତ୍ରା,ପ୍ଲାକାର୍ଡ ଏବଂ ସ୍ଲୋଗାନ ଦେଇ ପରିକ୍ରମା ଅନୁଷ୍ଠିତ ହେବ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା,ଷ୍ଟ୍ରିଟ ପ୍ଲେ, ଗ୍ରାମ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ସଚେତନତା ସଭା,ଜ଼ିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ନଭେମ୍ବର ୪ ତାରିଖରେ ଅନୁଷ୍ଠିତ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ଏହାର ପ୍ରଚାର ପ୍ରସାର କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଜ଼ିଲ୍ଲା କଳା ସଂସ୍କୃତି ସଂଘ ଓ ବ୍ଳକ କଳା ସଂସ୍କୃତି ସଂଘ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଏମ ମିଞ୍ଜ,ଡିଏସପି ଭିଜିଲାନ୍ସ ସୁରେଶ କୁମାର କହଁର,

ଇନିସପେକ୍ଟର ଜଗବନ୍ଧୁ ଅଙ୍ଗାରିଆ,ପୁର୍ତ୍ତ ବିଭାର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତୀକ ଦାଶ,ଜ଼ିଲ୍ଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ,ଜ଼ିଲ୍ଲା କର୍ମନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ ବିଭୁତି ପ୍ରସାଦ ମାଝି, ନିର୍ବାହୀ ଯନ୍ତ୍ରୀ ଉଠାଜଳସେଚନ ବିଭାଗ ସେଲେଇ ନାଏକ, ଏପିଡି ଜଳଛାୟା ମିଶନ ହୃଷିକେଶ କହଁର ଓ ଜ଼ିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏସପି ଭିଜିଲାନ୍ସ ବ୍ରହ୍ମପୁର ଗଣେଷ ଚନ୍ଦ୍ର ପ୍ରଧାନ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ସୂଚନା ଓ ଧନ୍ୟବାଦ ପ୍ରଦାନ କରିଥିଲେ ।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା

Related Articles

Back to top button