Religion

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଳିତ l 

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଳିତ l 

ବୌଦ୍ଧ :-20/10:-(ହୃଦାନନ୍ଦ ମେହେର )-ବୌଦ୍ଧ ବ୍ଲକ ମୁଣ୍ଡିପଦର ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷାଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଉଦଘାଟନ କରିଥିବା ବେଳେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି କମଳକାନ୍ତ ଦଳବେହେରା ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସହଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ୱରାଜ କୁମାର କହଁର, ମୁଣ୍ଡିପଦର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ ଓ ବାଉଁସୁଣୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ହୃଦାନନ୍ଦ ଜାଲ ଅତିଥି ଭାବରେ ଉପସ୍ଥିତ ଥିଲେ l ବିତର୍କ, ବକ୍ତୃତା, ସଂଗୀତ, କୁଇଜ, ନୃତ୍ୟ, ମଧ୍ୟାହ୍ନ ଭୋଜନ ଚିତ୍ରକଳା ହସ୍ତକଳା ଓ ମିଲେଟ ଆଦି ବିଷୟରେ ବରିଷ୍ଠ ଉଚ୍ଚ ମାଧ୍ୟମିକ, ବରିଷ୍ଠ ମାଧ୍ୟମିକ ଓ କନିଷ୍ଠ ବିଭାଗରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା l ଅପରାହ୍ନ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ମୁଣ୍ଡିପଦର ଗ୍ରାମପଞ୍ଚାୟତ ସରପଞ୍ଚ ସୁରୁଚି ଧଳ, ସମ୍ମାନିତ ଅତୀତ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଉଁସୁଣୀ ଅଧ୍ୟକ୍ଷ ମାନଭଂଜନ ତ୍ରିପାଠୀ, ଏ ବି ଇ ଓ ପ୍ରବୀର କୁମାର ରଥ, ସ୍ୱରାଜ କୁମାର କହଁର,ପ୍ରଧାନ ଶିକ୍ଷକ ହୃଦାନନ୍ଦ ଜାଲ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ l ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ ସଭାପତିତ୍ୱ କରିଥିଲେ l ସି ଆର ସି ସି ନିରଞ୍ଜନ ମେହେର ଅତିଥି ପରିଚୟ କରିଥିବା ବେଳେ ସୌମିତ୍ରୀ କର୍ଣ୍ଣ ଧନ୍ୟବାଦ ଦେଇଥିଲେ l ପୂର୍ଣଚନ୍ଦ୍ର କରଡ଼ିଆ, ରାଜକୁମାର ପ୍ରଧାନଙ୍କ ସହିତ ସମସ୍ତ ସି ଆର ସି ସି ସହଯୋଗ କରିଥିଲେ l ବହୁ ପ୍ରତିକ୍ଷିତ ଦଳ ଗତ ନୃତ୍ୟରେ ବୁଟୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ,ବାଲାସିଙ୍ଗା ବିଦ୍ୟାଳୟ ଦ୍ଵିତୀୟ ଓ କନକପୁର ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ l ବ୍ଲକର 21ଟି କ୍ଲଷ୍ଟରର 1200ଛାତ୍ର ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା

Related Articles

Back to top button