State
ମାଟୁପାଲି ରେ ଅନନ୍ତମୁଖି ଉତ୍ସବ ଅନୁଷ୍ଠିତ


ଉଲୁଣ୍ଡା ୧୯/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମାଟୁପାଲି ମହି ଡୁଙ୍ଗୁରି ସ୍ଥିତ ମହିଦାସ ବାବା ପୀଠ ସ୍ଥଳରେ 154ତମ ଅନନ୍ତମୁଖି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଗାଁ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରୀତିନୀତି ରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି।ଏହି ପୀଠରେ ଅନାଦି କାଳରୁ ମହିଦାଶ ବାବା ସିଦ୍ଦିତ୍ତ୍ବ ପାଇଥିଲେ ଓ ତାଙ୍କ ଶିଷ୍ୟ ରାମସେବକ ଦାଶ ସମାଧି ପ୍ରାପ୍ତ ହେଇଛନ୍ତି।ତେଣୁ କରି ଗ୍ରାମବାସୀ ଭଗବାନ ବିଷ୍ଣୁ ଙ୍କ ଉପାସନା କରନ୍ତି।ଏହି ପୀଠରେ ବ୍ରାହ୍ମଣ ଙ୍କ ଦ୍ଵାରା ଭାଗବତ ପାଠ କରାଯାଏ। ଏଥିରେ ପୂଜକ ଭାବରେ ପୀତବାସ ପୁରୋହିତ କାର୍ଯ୍ୟ ତୁଳାଇଥିବା ବେଳେ ଧ୍ରୁବଚରଣ ବ୍ରହ୍ମଚାରୀ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଏଥିରେ ଦିଲ୍ଲିପ ପାଢ଼ୀ,ଆଦିତ୍ୟ ବ୍ରହ୍ମଚାରୀ ସହ ସମସ୍ତ ଗ୍ରାମବାସୀ ସାହାର୍ଯ୍ୟ ସହଯୋଗ କରିଥିଲେ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିଉଜ




