LIVE TV

କଳାହାଣ୍ଡି ଜିଲ୍ଲାର ମୋ ସେବା କେନ୍ଦ୍ର ପରିଚାଳନା କରୁଥିବା ଜିଲ୍ଲା ଭି.ଏଲ.ଇ. ସଂଘ ତରଫରୁ ବିଭିନ୍ନ ଦାବୀ ନେଇ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ , 5T ସଚିବ , ତଥା ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଓଡିଶା ଙ୍କ ଉଦ୍ଦେଶ୍ୟରେ ଏକ ୦୮ ଦଫା ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି

କଳାହାଣ୍ଡି ଜିଲ୍ଲାର ମୋ ସେବା କେନ୍ଦ୍ର ପରିଚାଳନା କରୁଥିବା ଜିଲ୍ଲା ଭି.ଏଲ.ଇ. ସଂଘ ତରଫରୁ ବିଭିନ୍ନ ଦାବୀ ନେଇ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ , 5T ସଚିବ , ତଥା ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଓଡିଶା ଙ୍କ ଉଦ୍ଦେଶ୍ୟରେ ଏକ ୦୮ ଦଫା ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି . ବର୍ତ୍ତମାନ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ ଜନସାଧାରଣଙ୍କ ସେବାରେ ସଫଳ ନିୟୋଜିତ କରୁଥିବା “ମୋ ସେବା କେନ୍ଦ୍ର”କୁ ପଞ୍ଚାୟତ ପରିସରରେ ସ୍ଥାନ ଦେବା ଓ ପଞ୍ଚାୟତ ସ୍ତରରେ ହେଉଥିବା ସମସ୍ତ ଯୋଜନାର ସମ୍ପାଦନ ଓ ପରିଚାଳନାରେ ମୋ ସେବା କେନ୍ଦ୍ରକୁ ସଂଶ୍ଳିଷ୍ଟ ରଖିବା , ପୁନଶ୍ଚ କାର୍ଯ୍ୟରତ, ଅଭିଜ୍ଞ “ମୋ ସେବା କେନ୍ଦ୍ର” ପରିଚାଳକ ଗଣ ଥିବା ସତ୍ତ୍ୱେ CSP PLUS ଭଳି ନୂଆ ଯୋଜନା ଖୋଲାଯାଇ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବାର ପ୍ରତିଶୃତି ଦିଆଯାଇଛି କିନ୍ତୁ ବିଗତ ୩ ବର୍ଷରୁ ଊର୍ଦ୍ଧ୍ଵ ହେଲା ମୋ ସେବା କେନ୍ଦ୍ର ଖୋଲି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ କଳାହାଣ୍ଡିର ଜନସାଧାରଣଙ୍କ ସେବାରେ ସରକାରଙ୍କ ଆର୍ଥିକ ସହାୟତା ବିନା ସଫଳ ନିୟୋଜିତ ହେଉଛି ଏଣୁ . CSP PLUSକୁ ରଦ୍ଦ କରି ମୋ ସେବା କେନ୍ଦ୍ରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ତଥା ମୋ ସେବା କେନ୍ଦ୍ର 5T ଅନ୍ତର୍ଭୂକ୍ତ ହୋଜ଼ଥିବାରୁ ଭାକୁ ପ୍ରାଧାନ୍ୟ ଦେବା ଭଳି ଦାବି ଉଲ୍ଲେଖ ରହିଛି . ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ମୋ ସେବା କେନ୍ଦ୍ର ଭି.ଏଲ.ଇ. ସଙ୍ଘ ସଭାପତି , ଯଶୋବନ୍ତ ନାରାୟଣ ବେହେରା, ସମ୍ପାଦକ ସଞ୍ଜୟ ସରାଫ , କୋଷାଧ୍ୟକ୍ଷ ରଶ୍ମି ରଞ୍ଜନ ସାହୁ ତଥା ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ମୋ ସେବା କେନ୍ଦ୍ର ପରିଚାଳକ ଉପସ୍ଥିତ ଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button