LIVE TV

ପ୍ରେମ କରି ଘରୁ ପଳାଇ ବିବାହ କରିଥିବା ନାବାଳିକାର ମୃତ୍ୟୁ।

ପ୍ରେମ କରି ଘରୁ ପଳାଇ ବିବାହ କରିଥିବା ନାବାଳିକାର ମୃତ୍ୟୁ।

ମୃତ ନାବାଳିକା ହେଲା ନିଆଳି ଥାନା କୃଷ୍ଣ ପ୍ରସାଦ ଗାଁ ର ମନୀଷା ଗୋଚ୍ଛାୟତ। ଝିଅ କୁ ହତ୍ୟା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ର ତନାଘନା ନାବାଳିକା ର ଗାଁ ଓ ମଶାଣି ରେ ପହଞ୍ଚି ପୁଲିସ ଟିମ୍ ତଦନ୍ତ ଚାଲିଛି। 

 

ପ୍ରେମ ବିଭାହ ର ପରିଣତି କେତେ ଭୟଙ୍କର ହୋଇ ପlରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନିଆଳି ଥାନା କୃଷ୍ଣ ପ୍ରାସାଦ betenda ଗାଁ ରେ ।କୃଷ୍ଣ ପ୍ରସାଦ ଅଞ୍ଚଳର ରୋହିତ ଗୋଚ୍ଛାୟତ ଙ୍କ ନାବାଳିକା ଝିଅ ମନୀଷା 4 ମାସ ତଳେ ପ୍ରେମ କରି ନିଭରନ କୋଠମୂଳ ପବିନ ବେହେରା ସହ ଘରୁ ପଳାଇ ବିଭାହ କରିଥିଲେ। କିଛି ଦିନ ଠିକ୍ଠାକ୍ ଚାଲିଲା ପରେ ପବୀନା ଓ ପରିବାର ଲୋକେ ଆରମ୍ଭ କରିଥିଲେ ଅତ୍ୟାଚାର। କାଲି ରାତି ରେ ମନୀଷା କୁ ହତ୍ୟା କରା ଯାଇ ଆଜି ସକାଳୁ ତାକୁ ମଶାଣିରେ ପୋଡ଼ା ଯାଉଥିବା ଅଭିଯୋଗ ହୋଇଛି। 

 

ଅଭିଯୋଗ ପାଇଲା ପରେ ନିଆଳି ପୁଲିସ ଘଟଣା ସ୍ଥଳରେ ପହଂଚି ପାବିନା ର ଗାଁ ଓ ମଶାଣିରେ ତଦନ୍ତ ଆରମ୍ଭ କରିଛି। ମଶାଣିରେ ନିଆଁ ଏବେ ବି ରହିଚି। ମନୀଷା କୁ 16 ବର୍ଷ, ସେ ନାବାଳିକା, ପୂର୍ବ ରୁ ମଧ୍ୟ ସେ ସେହି ଯୁବକ ସହ ଫେରାର୍ ହୋଇଥିଲା ଏବଂ ପୁଲିସ ଅଭିଯୋଗ ପାଇ ତାକୁ ଉଦ୍ଧାର କରି ପରିବାର କୁ ହସ୍ତାନ୍ତର କରିଥିଲା, ପରେ ପୁଣି ପବିନା ମନୀଷା କୁ ଉଠାଇ ନେଇ ବିବାହ କରିଥିଲା। ପରିବାର ଓ ମନୀଷ ଙ୍କ ଗାଁ ଲୋକେ ଅଭିଯୁକ୍ତ କୁ ଫାଶୀ ଦଣ୍ଡ ଦାବି କରିଛନ୍ତି । ଘଟନାରେ ପୋଲିସ 2ଜଣ ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

କଟକ, ନିଆଳି ବ୍ଲକ ସେକ ଫୟାଜ ଉଦ୍ଦିନ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button