Religion

ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଷ୍ଟୁଡେଣ୍ଟସ ପୋଲିସ୍ କ୍ୟାଡେଡ କାର୍ଯ୍ୟକ୍ରମ

 ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଷ୍ଟୁଡେଣ୍ଟସ ପୋଲିସ୍ କ୍ୟାଡେଡ କାର୍ଯ୍ୟକ୍ରମ ।

ଛତିଆ ୧୮।୧୦,(ଆ ପ୍ର ) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ସ୍ଥିତ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସରକାରଙ୍କ ଷ୍ଟୁଡେଣ୍ଟସ ପୋଲିସ୍ କ୍ୟାଡେଟ ଉଦ୍ଘାଟନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୋଲର ସ୍ଥିତ ପୋଲିସ୍ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଅଶୋକ ଦେହୁରୀ, ସମ୍ମାନିତ ଅତିଥି ଭାବେ ବୈ ରୀ ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନ୍ ଗୋ ଯୋଗଦେଇ ଥିଲେ। ଅନ୍ୟତମ ଅତିଥି ଭାବରେ ସି ଆର ସି ସି ରଶ୍ମିରଞ୍ଜନ ଷେଣ୍ଢ, ଏ ଏସ ଆଇ ଜ ହ ର ଆବେଡ୍ଡିନ, ସ୍କୁଲ୍ କମିଟି ପକ୍ଷରୁ ଧନେଶ୍ଵର ବେହେରା , ସରପଞ୍ଚ ରମେଶ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ପର୍ଶୁ କାନ୍ତ ଜେନା ଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ସ୍କୁଲ୍ ର ୩୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସପ୍ତାହ ଧରି ପ୍ରଶିକ୍ଷଣ ନେଇ ଥିଲେ । ବିଦ୍ୟାଳୟ ର କ୍ରୀଡା ପ୍ରଶିକ୍ଷକ ଶଙ୍କର ପ୍ରସାଦ ମହାପାତ୍ର ଙ୍କ ସହିତ ସ୍ଥାନୀୟ ପୋଲିସ୍ ଟ୍ରେନିଂ ପ୍ରତିଷ୍ଠାନ ର କାଳୀ କୀଙ୍କର ଜେନା ପ୍ରଶିକ୍ଷଣ ପ୍ରଦାନ କରି ଥିଲେ।
ଆଜିର ସମାଜରେ ପୋଲିସ୍ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶୁ ସମନ୍ୱୟ ସ୍ଥାପନ ସହିତ ଏକ ଶୃଙ୍ଖଳିତ ସମାଜ ଓ ଉତ୍ତମ ଚରିତ୍ର ଗଠନ ରାଷ୍ଟ୍ର ନିର୍ମାଣ ଦିଗରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ପୋଲିସ୍ ଟ୍ରେନିଂ ପ୍ରତିଷ୍ଠାନ ର ଅଧକ୍ଷ ଅଶୋକ ଦେହୁରୀ ପ୍ରତିକ୍ରିୟାରେ ମତ ବ୍ୟକ୍ତ କରିଥିଲେ। ଆଜିର ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ଦେଶର ଭବିଷ୍ୟତ,ତେଣୁ ଶାନ୍ତି ଶୃଙ୍ଖଳା ର ସହିତ ଉତ୍ତମ ଚରିତ୍ର ଗଠନ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ବୈରି ଥାନା ଅଧିକାରୀ ପ୍ରଦୀପ୍ତ କାନୁନ୍ ଗୋ ପ୍ରତିକ୍ରିୟାରେ କହିଥିଲେ। ଏହି କାର୍ଯ୍ୟ କ୍ରମରେ ସ୍କୁଲ୍ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ତନୁଶ୍ରୀ ସାମଲ ଧନ୍ୟବାଦ ଦେଇଥିଲେ
 ବରିଷ୍ଠ ଶିକ୍ଷକ ଅଶୋକ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button