ଘଣ୍ଟାପଡ଼ାରେ ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମ ସ୍ଵାଧୀନତା ସଂଗ୍ରାମୀ ଓ ସହିଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି

ଘଣ୍ଟାପଡ଼ାରେ ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମ ସ୍ଵାଧୀନତା ସଂଗ୍ରାମୀ ଓ ସହିଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି
କଣ୍ଟାମାଳ, ତା୧୮।୧୦: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଦ୍ଵାରା ଆୟୋଜିତ ତଥା କଣ୍ଟାମାଳ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଧରଣୀଧର ବିଭାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଣ୍ଟାମାଳ ବ୍ଳକ ଅଧିନ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ମୋର ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର କେନ୍ଦ୍ର ଯୁବ ଅଧିକାରୀ ନବନୀତ କୁମାରଙ୍କ ସଭାପତିତ୍ଵରେ ଏକ ସଭାର ଆୟୋଜନ ହୋଇଥିଲା।ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ମହୀଧର ରଣା ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ୧ନଂଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମଦୀ ସୁମିତ୍ରା ସାହୁ, ଯୁବନେତା ଓମ ପ୍ରକାଶ ମିଶ୍ର, ସ୍ଥାନୀୟ ହାଇ ସ୍କୁଲର ପ୍ରଧାନଶିକ୍ଷକ ପିଡବାସ ପଣ୍ଡା, ଡିଗ୍ରୀ କଲେଜର ଅଧ୍ୟକ୍ଷ ଗିରିଧର ଦେହୁରୀ, କଣ୍ଟାମାଳ କଲେଜର ଅଧ୍ୟାପକ ସମିର ମେହେର, ଘଣ୍ଟାପଡ଼ା ଥାନା ଏସଆଇ ବିଶ୍ଵାମିତ୍ର ଲୋଇ, ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ସାହୁ ଯୋଗଦେଇ ସ୍ଵାଧୀନତା ସଂଗ୍ରାମୀ ତଥା ସହିଦ ଜବାନ ଏବଂ କାର୍ଯ୍ୟରତ ବୀରଜବାନଙ୍କ ଉଦ୍ଦେଶ୍ୟରେ ହେଉଥିବା କାର୍ଯ୍ୟକ୍ରମ ମୋର ମାଟି ମୋର ଦେଶ ଉପରେ ବକ୍ତବ୍ୟ ରଖିଥିଲେ।
ସୁପ୍ରୀୟା ଦେହୁରୀ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଧରଣୀଧର ବିଭାଗ ଧନ୍ୟବାଦ ଦେଇଥିଲେ।ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶତ୍ମାବୋଧକ ଗୀତ ମାଧ୍ୟମରେ ନାଚଗୀତର ଆସର ଜମିଥିଲା। ସଭାପୂର୍ବରୁ ହାଇସ୍କୁଲ, ଯୁକ୍ତ ଦୁଇ ଓ ଯୁକ୍ତତିନିର ଛାତ୍ରଛାତ୍ରୀଙ୍କ ସହିତ ଘଣ୍ଟାପଡ଼ା ପୋଲିସ ଜବାନ ଓ ଅତିଥିଗଣ ହସ୍ତରେ କଳସ ଧରି ଗ୍ରାମ୍ୟ ପରିକ୍ରମା କରିଥିଲେ। ଗ୍ରାମରେ ପ୍ରତ୍ୟେକ ଘରେ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ୟ ସମ୍ବର୍ଦ୍ଧନା କରି ମାଟି ପାଣି ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସ୍ୱେଚ୍ଛ୍ଵାସେବୀ ଅନୁଷ୍ଠାନ ରୁଗୁଡ଼ିପାଲିର ମାନବ ସେବାସଦନର ସଦସ୍ୟ, ଅଙ୍ଗନୱାଡ଼ି କର୍ମୀମାନେ, ସାମ୍ବାଦିକଗଣ,ଶିକ୍ଷକଗଣ, କଣ୍ଟାମାଳ କଲେଜର ଛାତ୍ରମାନେ ଓ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ସୁପ୍ରୀୟା ଦେହୁରୀ, ମନୋଜ ଭୁକ୍ତା,ସୁଧିର ଦୀପ ,ଆସମାନ ମହାକୁଡ଼ ,ବାମନ ବେହେରା ଓ ଚିତ୍ତରଞ୍ଜନ ବେହେରା ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।
କଣ୍ଟାମାଳରୁ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।