ବିଜେପି କୃଷକ ମୋର୍ଚ୍ଚା ତରଫରୁ ବୌଦ୍ଧ ଜିଲ୍ଲା ଟାଉନହଲ ଠାରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ସହିତ ନୂଆଁଖାଇର ଭେଟଘାଟ ଉତ୍ସବ ପାଳନ ଅନୁଷ୍ଠିତ l


ବୌଦ୍ଧ -17/10-(ହୃଦାନନ୍ଦ ମେହେର )-ଆଜି ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବୌଦ୍ଧ ଜିଲ୍ଲା ଟାଉନହଲ ଠାରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ସହିତ ନୂଆଁଖାଇ ର ଭେଟଘାଟ ଉତ୍ସବ ପାଳନ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ରବି କୁମାର ଦେଓ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ମହେଶ୍ବର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀଜିଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ ବିଗତ ୯ ବର୍ଷ ଧରି ଶାସନ କାଳରେ କୃଷି ଓ କୃଷକଙ୍କ ସମସ୍ୟା ସମାଧାନ ସହିତ ବହୁ ଜନହିତକର କାର୍ଯ୍ୟ କରୁଛନ୍ତି ଜାରି ଫଳରେ ଆଗାମୀ ଦିନରେ ନିର୍ବାଚନ ରେ ଲୋକସଭା ରେ ୪୦୦ ରୁ ଅଧିକ ଲୋକସଭା ଆସନରେ ଜୟଯୁକ୍ତ ହେବା ସହିତ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି କର୍ମକର୍ତ୍ତା ପ୍ରମୁଖଙ୍କ ଉପସ୍ଥିତିରେ ଅଭିଭାଷଣ ପ୍ରଦାନ କରିବା ସହିତ
ବର୍ତମାନର ଓଡ଼ିଶା ସରକାର ଏକ ପଙ୍ଗୁ ଅଥର୍ବ , କୁମ୍ଭ କର୍ଣ୍ଣ ସରକାର ବୋଲି ଉଦାହରଣ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଯୋଗଦାନ୍ କରି ତାଙ୍କ ଅଭିଭାଷଣ ରେ କୃଷି ଓ କୃଷକ ମାନଙ୍କ ପାଇଁ ସଦା ସର୍ବଦା ମୋଦି ସରକାର ବିଗତ ୯ ବର୍ଷ ସେବା, ସୁଶାସନ, ଗରିବ କଲ୍ୟାଣ ବର୍ଷ ର ଉଦାହରଣ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଗତ ଦିନରେ କେନ୍ଦ୍ରରେ ଥିବା ସରକାର ଚାଷୀ ମାନଙ୍କ ପାଇଁ କିଛି ନକରି କୁମ୍ଭୀର କାନ୍ଦଣା ଏବେ କରୁଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଜିଲ୍ଲାର ସମସ୍ତ କାର୍ଯ୍ୟ କର୍ତ୍ତା ଏକ ଚିତ ହୋଇ ଏକ ମନରେ ମୋଦୀଙ୍କ ମନ୍ତ୍ର କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ କରି ବକ୍ତବ୍ୟ ପ୍ରଦାନ କରିଥିଲେ।
ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସୂର୍ଯୟନାରାୟଣ ମହାପାତ୍ର କୃଷକ ମାନଙ୍କ ଉନ୍ନତି ପାଇଁ ତୁରନ୍ତ ଗମ୍ଭୀର। ଦର ଠାରେ
ସଲୁଙ୍କି ନଦୀ ରେ ଏକ ନୂତନ ଜଳସେଚନ ପ୍ରକଳ୍ପ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିବେଦନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ହଜାର ହଜାର ଚାଷୀ ମାନଙ୍କ ସହିତ ଦଳୀୟ ପଦାଧିକାରୀ ସର୍ଵଶ୍ରୀ ତାପସ କୁମାର ପଟ୍ଟନାୟକ, ମନୋରଞ୍ଜନ ଦାସ, ରମେଶ ମହାନ୍ତି, ସୁଶାନ୍ତ ପ୍ରଧାନ , ସୁକାନ୍ତ ପାଣିଗ୍ରାହୀ ସୁଶାନ୍ତ କୁମାର ବାଘ , ରାକେଶ କୁମାର ତ୍ରିପାଠୀ, ଯୁଗଳ କିଶୋର ସାମଲ,ବୈକୁଣ୍ଠ ପ୍ରଧାନ, ଦାଶରଥି ବାରିକ,ପ୍ରେମାନନ୍ଦ ମିଶ୍ର, ଶ୍ୟାମ ସୁନ୍ଦର ପୁରୋହିତ, ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ, ଶମ୍ଭୁ ପ୍ରଧାନ , ବାମନ ବାରିକ,ତପନ କୁମାର ଡ।ଙ୍ଗା, ନବୀନ ହୋତା, ତ୍ରିପୁରାରୀ ମହାକୁଡ,ଶେଷ ଛାନ୍ଦ, ବିଶି ଜେଶନ ପ୍ରଧାନ, ମୀନାରାଣୀ ମିଶ୍ର, ନମିତା ରାଣୀ ଦାସ ,ନିରଞ୍ଜନ ଦାନୀ , ମାଗୁଣି ଗାଈ ଗୌରୀଆ , ପ୍ରଭୃତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




